37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶସ୍କୁଲ ପାଖରେ ଦୋକାନ କରି ୧୫ ଛାତ୍ରୀଙ୍କୁ କରିଥିଲେ ଯୌନ ଶୋଷଣ; ୬୨ ବର୍ଷୀୟ ବୃଦ୍ଧ...

ସ୍କୁଲ ପାଖରେ ଦୋକାନ କରି ୧୫ ଛାତ୍ରୀଙ୍କୁ କରିଥିଲେ ଯୌନ ଶୋଷଣ; ୬୨ ବର୍ଷୀୟ ବୃଦ୍ଧ କରୁଥିଲେ ଏଭଳି କାମ

କୋଏମ୍ବଟୁର : ତାମିଲନାଡ଼ୁର କୋଏମ୍ବଟୁରରେ ୬୨ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ୯ରୁ ୧୩ ବର୍ଷ ବୟସର ୧୫ ଜଣ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ବୃଦ୍ଧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ମୁତାବକ, ସ୍କୁଲ ପାଖରେ ବୃଦ୍ଧ ନିଜର ଏକ ଦୋକାନ କରି ଗତ ୪ ବର୍ଷ ଧରି ଏଭଳି କାର୍ଯ୍ୟ କରି ଆସୁଥିଲେ। ୪ ବର୍ଷ ଭିତରେ ସେ ୧୫ ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିଲେ। ଦୋକାନକୁ ଜିନିଷ କିଣିବାକୁ ଆସୁଥିବା ନାବାଳିକା ଛାତ୍ରୀଙ୍କୁ ବୃଦ୍ଧ ଟାର୍ଗେଟ୍ କରୁଥିଲେ। ଏହି ଘଟଣାର ଖୁଲାସା ହେବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଖବରରୁ ଜଣାପଡ଼ିଛି କି, ଏହି ଅଞ୍ଚଳରେ ପୋଲିସ ଯେତେବେଳେ ‘ପ୍ରୋଜେକ୍ଟ ପଲ୍ଲିକୁଡମ୍’ ନାମରେ ଏକ ସଚେତନତା କାର୍ଯ୍ୟ କ୍ରମ ଆରମ୍ଭ କରିଥିଲା, ତ ସେହି ସମୟରେ ଘଟଣାର ଖୁଲାସା ହୋଇଥିଲା। ନାବାଳିକା ଛାତ୍ରୀମାନଙ୍କୁ ତାଙ୍କ ପ୍ରତି ହେଉଥିବା ଯୌନ ଅପରାଧ ବିଷୟରେ ସଚେତନ କରାଇବା ଥିଲା କାର୍ଯ୍ୟ କ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅଭିଯାନ ଯୋଗୁ ଅନେକ ନାବାଳିକା ମନରେ ଦମ୍ଭ ରଖି ନିଜର ଭାବନା ପରିପ୍ରକାଶ କରିଥିଲେ। ସେମାନେ ସାମ୍ନାକୁ ଆସି ଏ ବିଷୟରେ ଅଭିଯୋଗ କରିଥିଲେ। ପୀଡ଼ିତାମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ସ୍କୁଲ ପ୍ରିନ୍ସିପାଲଙ୍କୁ କହିଥିଲେ କି, ସ୍କୁଲ ପାଖରେ ହିଁ ଦୋକାନ କରିଥିବା ବୃଦ୍ଧ ବ୍ୟକ୍ତି ତାଙ୍କୁ ଯୌନ ଉତ୍ପୀଡ଼ନ କରିଛନ୍ତି। ଏହାପରେ ପ୍ରିନ୍ସିପାଲ ସନ୍ଦେହରେ ସ୍କୁଲର ଅନ୍ୟ ଛାତ୍ରୀମାନଙ୍କୁ ପଚରାଉଚରା କରିଥିଲେ। ପରେ ୧୪ ଜଣ ଛାତ୍ରୀ ସାମ୍ନାକୁ ଆସି ସେମାନଙ୍କ ସହିତ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ଏହାପରେ ସ୍କୁଲ ପ୍ରିନ୍ସିପାଲ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମହିଳା ଥାନା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ଦୋକାନୀ ନଟରାଜନଙ୍କୁ ଗିରଫ କରାଯାଇ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking