38.1 C
Bhubaneswar
Friday, April 26, 2024
Homeଓଡିଶାଆଜି ରେକର୍ଡ ସଂଖ୍ୟକ ସୁସ୍ଥ ହେଲେ ୬୦୯ କରୋନା ଆକ୍ରାନ୍ତ

ଆଜି ରେକର୍ଡ ସଂଖ୍ୟକ ସୁସ୍ଥ ହେଲେ ୬୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟ ପାଇଁ ଅତ୍ୟନ୍ତ ଖୁସି ଖବର ରହିଛି । କାରଣ ଆଜି ରାଜ୍ୟରେ ସର୍ବାଧିକ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୨୬୮ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୩୫, ଖୋର୍ଦ୍ଧାରୁ ୩୭, କଟକରୁ ୩୨, ବାଲେଶ୍ୱରରୁ ୨୫, କେନ୍ଦୁଝରରୁ ୨୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମୟୁରଭଂଜରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ୧୨, ପୁରୀରୁ ୧୨, ସମ୍ବଲପୁରରୁ ୮ ଜଣ ସୁସ୍ଥ ହୋଇଛନ୍ତି । ବରଗଡ ଓ ଜଦତସିଂହପୁରରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୬, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ବଲାଙ୍ଗୀରରୁ ୩, କୋରାପୁଟ, ନବରଂଗପୁର ଓ ରାୟଗଡାରୁ ୨ ଜଣ ଲେଖାଏଁ ସୁସ୍ଥ ହେବା ସହ ଗଜପତି ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking