28.1 C
Bhubaneswar
Thursday, May 2, 2024
Homeଓଡିଶାଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ

ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଏବେ ଗୋଟିଏପଟେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ଭାବେ ବଢିଚାଲିଥିବା ବେଳେ ଏବେ ଏକ ଆଶ୍ୱସ୍ତି ଏବଂ ଭଲ ଖବର ଆସିଛି । ଖବର ଅନୁସାରେ, ରାଜ୍ୟରେ ଆଜି ୫୭ ଜଣ କୋରନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଂଜାମର ସର୍ବାଧିକ ୪୦ ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂପୁରର ୫ ଜଣ, ମୟୁରଭଂଜର ୪ ଜଣ, ଭୁବନେଶ୍ୱରର ୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବଲାଙ୍ଗୀରର ମଧ୍ୟ ୨ ଜଣ ଏବଂ ସୁନ୍ଦରଗଡ, ବାଲେଶ୍ୱର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୭୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking