ରାଜଧାନୀ କରୋନା ମୁକ୍ତ

ଭୁବନେଶ୍ୱର: ଆଜି କରୋନା ମୁକ୍ତ ହୋଇଛି ରାଜଧାନୀ ଭୁବନେଶ୍ୱର । ବାକି ଥିବା ୩ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ଏବେ ରାଜଧାନୀ ଭୁବନେଶ୍ୱର କରୋନା ମୁକ୍ତ ହୋଇଛି । ବର୍ତ୍ତମାନ ଭୁବନେଶ୍ୱରରେ କୋଣସି ଆକ୍ଟିଭ କେସ ନଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଜଗତସିଂହପୁରରେ ମଧ୍ୟ ଏବେ ଆଉ କୌଣସି କରୋନା କେସ ନାହିଁ ବୋଲି ଜିଲ୍ଲାପାଳ ଟ୍ୱିଟ ଯୋଗେଁ ସୂଚନା ଦେଇଛନ୍ତି । ତେବେ ଦିନେ ଏମିତି ସମୟ ଥିଲା ଯେଉଁଠି ଅଧିକ ସଂଖ୍ୟାରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ତାହା ଥିଲା ଭୁବନେଶ୍ୱର । ମାତ୍ରାଧିକ ସଂଖ୍ୟାରେ ପଜେଟିଭ ଚିହ୍ନଟ ହେବା ରାଜଧାନୀବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ମାତ୍ର ସଫଳତାର ମୁକାବିଲା ସହ ଆଜି ରାଜଧାନୀ କରୋନା ମୁକ୍ତ ହୋଇପାରିଛି । କରୋନା ସହ ମୁକାବିଲା କରିବା ଯେତିକି ସହଜ ସେତିକି କଷ୍ଟ ମଧ୍ୟ । ଯାହା ଏକ ପ୍ରେରଣା ବୋଲି କୁହାଯାଇପାରିବ ।
https://onakhabar.com/2020/05/18/57-more-covid19-patients-have-recovered-are-being-discharged/