37.2 C
Bhubaneswar
Friday, April 19, 2024
Homeଓଡିଶାଶିକ୍ଷକ ଗଲେ କୁଆଡ଼େ ? କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶିକ୍ଷା ବିଭାଗ

ଶିକ୍ଷକ ଗଲେ କୁଆଡ଼େ ? କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶିକ୍ଷା ବିଭାଗ

ମାଲକାନଗିରିର : ଜିଲ୍ଲାରେ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ଯେତିକି ତତ୍ପରତା ଦେଖାଇଛି ଲୋକେ ମଧ୍ୟ ଜିଲ୍ଲା ପ୍ରଶାସନକୁ ସେତିକି ସହଯୋଗ କରିଆସିଛନ୍ତି । ଲକଡାଉନର ତୃତୀୟ ପର୍ଯ୍ୟାୟ ଶେଷ ହେବାକୁ ବସିଥିବା ବେଳେ ଜିଲ୍ଲାରେ ଜଣେ ବି କରୋନା ସଂଦିଗ୍ଧ ବାହାରି ନ ଥିବା ଜିଲ୍ଲା ପ୍ରଶାସନ ପାଇଁ ବଡ଼ ସଫଳତା । ସୀମାନ୍ତ ଆନ୍ଦ୍ର , ଛତିଶଗଡ଼ ଏବଂ ତେଲେଙ୍ଗାନାରୁ ପ୍ରତିଦିନ ଶହ ଶହ ପ୍ରବାସୀ ଓଡ଼ିଆ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବାରୁ ଜାରି ଲୋକେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ଏହି ଯୁଦ୍ଧରେ ଆମର ବିଜୟ ହେବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ହେଲେ ଏହା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ସହଯୋଗ ଦ୍ଵାରା ସଫଳ ହୋଇପାରିଛି ଜିଲ୍ଲାର ୩ ହାଜରରୁ ଉର୍ଦ୍ଧ ଶିକ୍ଷକ କରୋନା ଯୁଦ୍ଧରେ ସାମିଲ ହୋଇଥିବା ବେଳେ ପ୍ରାୟ ୧୦ ପ୍ରତିଶତ ଶିକ୍ଷକ ଜିଲ୍ଲା ଛାଡ଼ି ଛୁଟିରେ ମଉଜ କରୁଛନ୍ତି ।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଥିଲା ଯେ ସମସ୍ତ ଶିକ୍ଷକ ନିଜ ନିଜ ଘରେ ରହିବେ , ଯେତେବେଳେ ଆବଶ୍ୟକ ହେବ ଅଧଘଣ୍ଟା ମଧ୍ୟରେ ହାଜର ହେବେ ଏହି ନିର୍ଦ୍ଦେଶକୁ ଫୁ କରି ଜିଲ୍ଲା ବାହାରକୁପ୍ରାୟ ୪୦୫ ଜଣ ଶିକ୍ଷକ ଚାଲିଯାଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ମାଲକାନଗିରି ବ୍ଲକର ୫୭ ଜଣ , କାଲିମେଳା ବ୍ଳକର ୯୩ ଜଣ , ପଡିଆ ବ୍ଳକର ୩୨ ଜଣ , କୋରୁକୋଣ୍ଡା ବ୍ଲକରେ ୪୬ ଜଣ , ଚିତ୍ରକୋଣ୍ଡା ବ୍ଲକର ୬୨ ଜଣ , ଖଇରପୁଟ ବ୍ଲକର ୨୪ ଜଣ ଏବଂ ମାଥିଲି ବ୍ଲକରେ ୯୧ ଜଣ ଶିକ୍ଷକ ଅନୁପସ୍ଥିତ ରହିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking