29.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶ୫ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରସଙ୍ଗ: ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିସ

୫ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରସଙ୍ଗ: ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିସ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ମଙ୍ଗଳବାର ବିଭିନ୍ନ ହାଇକୋର୍ଟରେ ମୁଖ୍ୟ ବିଚାରପତି ପଦ ପାଇଁ ୫ ଜଣ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି । ଏମାନେ ହେଲେ ଜଷ୍ଟିସ ବିପିନ ସାଂଘି, ଜଷ୍ଟିସ ଅମଜାଦ ସୟିଦ, ଜଷ୍ଟିସ ଏସ.ଏସ.ସିନ୍ଧେ, ଜଷ୍ଟିସ ରଶ୍ମୀ ଏମ.ଛାୟା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ । ଜଷ୍ଟିସ ସାଂଘି ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ବିଚାରପତିଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ, ଜଷ୍ଟିସ ସୟିଦଙ୍କୁ ବମ୍ବେ ହାଇକୋର୍ଟରୁ ହିମାଚଳ ପ୍ରଦେଶ ହାଇକୋର୍ଟକୁ, ଜଷ୍ଟିସ ସିନ୍ଧେଙ୍କୁ ବମ୍ବେ ହାଇକୋର୍ଟରୁ ରାଜସ୍ଥାନ ହାଇକୋର୍ଟକୁ, ଜଷ୍ଟିସ ଛାୟାଙ୍କୁ ଗୁଜରାଟ ହାଇକୋର୍ଟରୁ ଗୁଆହାଟୀ ହାଇକୋର୍ଟ ଏବଂ ଜଷ୍ଟିସ ଭୂୟାଁଙ୍କୁ ତେଲେଙ୍ଗାନା ହାଇକୋର୍ଟକୁ ମୁଖ୍ୟ ବିଚାରପତିଭାବେ ବଦଳି କରାଯିବ । ଏହାବ୍ୟତୀତ କଲେଜିୟମ ପକ୍ଷରୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking