28.1 C
Bhubaneswar
Monday, July 7, 2025
Homeବ୍ରେକୀଙ୍ଗଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ, ୫୭ ସୁସ୍ଥ

ଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ, ୫୭ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୫୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୪୬୧ ରେ ପହଞ୍ଚିଥିବା ବେଳେ ୨୯,୬୬୦ ଜଣ ସୁସ୍ଥ ହୋଇଛନ୍ତି। ୫୭୬ ଜଣ ଚିକିତ୍ସିତ ହେଉଛନ୍ତି। ୨୦୪ ଜଣଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking