27.1 C
Bhubaneswar
Friday, March 29, 2024
Homeଓଡିଶାମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ଜିଲ୍ଲା କାର‌୍ୟ୍ୟକାରିଣୀ ବୈଠକ ଯଶିପୁର କନକ ରେସିଡେନ୍ସି ଠାରେ କୋଭିଡ଼ ନିୟମ ମାନି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅରୁଣ କୁମାର ଓତା ସ୍ଵାଗତ ସମ୍ଭୋଷଣ ପ୍ରଦାନ କରି ସାମ୍ବାଦିକ ମାନଙ୍କର ବହୁ ସମସ୍ୟା ଆଲୋକପାତ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ସଂଜୟ କୁମାର ଅଗ୍ରୱାଲା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାଶ କାର‌୍ୟ୍ୟକ୍ରମ ଉଦ୍ଘାଟନ କରିବା ସହିତ ଅଭିଭାଷଣ ପ୍ରଦାନ କରିଥିଲେ । କରଞ୍ଜିଆ ଉପଜିଲ୍ଲାପାଳ ଡକ୍ଟର ରଜନୀକାନ୍ତ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ପ୍ରଶାନ୍ତ ଦାସ, ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଶଶିରଞ୍ଜନ ମଲ୍ଲୀକ, ମନୋଜ ଦାସ ତଥା ଯଶିପୁରର ମାନ୍ୟବର ବିଧାୟକ ଗଣେଶ ରାମ ସିଂଖୁଣ୍ଟିଆ ଯୋଗଦାନ କରି ସାମ୍ବିଦିକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ହେବା ପାଇଁ ପରାମର୍ଶ ଦେବା ସହିତ ଏକ ମିଡ଼ିଆ କାଉନସିଲ ଗଠନ ପାଇଁ ସରକାରଙ୍କୁ ପରାମର୍ଶ ଦେବା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକା ପ୍ରମିଳା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଚଳିତ ବର୍ଷ ସାମ୍ବାଦିକ ସମ୍ମାନ – ୨୦୨୦ ବାମନ ଘାଟି ସବ୍ ଡିଭିଜନ ପାଇଁ ସୁବ୍ରତ ମହାନ୍ତି, ପାଞ୍ଚପିଡ ସବ୍ଡ଼ିଭିଜନ ପାଇଁ ଜନାର୍ଦ୍ଦନ ମହାନ୍ତ, ବାରିପଦା ସବଡ଼ିଭିଜନ ପାଇଁ ମନୋଜ ବେହେରା, କପ୍ତିପଦା ସବାଡ଼ିଭିଜନ ପାଇଁ ଗୋଲୋକ ମହାରଣା, ବେତନଟୀ ସବଡ଼ିଭିଜନ ପାଇଁ ମନୋଜ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯିବା ସହିତ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ କୋଭିଡ଼ ଯୋଦ୍ଧା ଭାବେ ମାନପତ୍ର ଓ ଉପାୟନ ପ୍ରଦାନ କରାଯାଇଥିଲା । କରଞ୍ଜିଆର ବରିଷ୍ଠ ସାମ୍ବାଦିକ ରଣଜିତ ଦାସ ଅଧିକାରୀ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking