ଚଣ୍ଡିଗଡ: ଫେବୃଆରୀ ୧୪ରେ ପଞ୍ଜାବ ବିଧାନସଭାର ୧୧୭ ଆସନ ନିମନ୍ତେ ଭୋଟଗ୍ରହଣ କରାଯିବ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବାବେଳେ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି । ଇତିମଧ୍ୟରେ ପଞ୍ଜାବର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ କୋଟି ଟଙ୍କା ମୂଲ୍ୟର ମଦ ଓ ଡ୍ରଗ୍ସ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କରୁଣା ରାଜୁ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ୮୧ ଲକ୍ଷ ଟଙ୍କାର ୨.୭୨ ଲକ୍ଷ ଲିଟର ମଦ, ୩୮.୯୩ କୋଟି ଟଙ୍କାର ଡ୍ରଗ୍ସ ଏବଂ ନଗଦ ୧୪ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ । ଏଥିପାଇଁ ୮୯୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇତିମଧ୍ୟରେ ସର୍ବସାଧାରଣ ସ୍ଥାନରୁ ୫୩,୬୧୦ଟି ବିଜ୍ଞାପନ ହୋର୍ଡିଂ ହଟାଇ ଦିଆଯାଇଥିବାବେଳେ ଲାଇସେନ୍ସ ନଥିବା ୨୦ଟି ମାରଣାସ୍ତ୍ର ଜବତ କରାଯାଇଛି । ଏହାବ୍ୟତୀତ ଲାଇସେନ୍ସ ଥିବା ୩,୨୩,୧୦୨ ମାରଣାସ୍ତ୍ରକୁ ଏହାର ମାଲିକମାନେ ପ୍ରଶାସନ ନିକଟରେ ଜମା ଦେଇସାରିଛନ୍ତି ।