36.4 C
Bhubaneswar
Wednesday, May 25, 2022
Homeଦେଶ ବିଦେଶବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୌନି ରାୟ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୌନି ରାୟ

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୌନି ରାୟ । ଦୀର୍ଘ ଦିନ ଧରି ଦୁବାଇର ବିଜନେସମ୍ୟାନ୍ ସୁରଜ ନାମ୍ବିଆରଙ୍କ ସହ ଅଭିନେତ୍ରୀଙ୍କ ନାମ ଯୋଡି ହୋଇ ରହିଛି । ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ​ମୌନି ଏବଂ ସୁରଜ ଏହି ମାସ ଇଟାଲୀ କିମ୍ବା ଦୁବାଇରେ ବିବାହ କରିବେ । କିନ୍ତୁ ଏବେ ଏହି ଦମ୍ପତି ଗୋଆରେ ବିବାହ କରିବାକୁ ଯାଉଛନ୍ତି । ଏଥି ସହିତ ମୌନି ରାୟଙ୍କ ବିବାହ ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ଯେ, ମୌନି-ସୁରଜଙ୍କ ପ୍ରୀ ୱେଡିଂ କାର୍ଯ୍ୟକ୍ରମ ଏହି ମାସର ଶେଷ ସପ୍ତାହରେ ଆରମ୍ଭ ହେବ। ବିବାହ ରୀତିନୀତି ଦୁଇ ଦିନ ଧରି ଚାଲିବ। ୱେଡିଂ ଭେନ୍ୟୁକୁ ଧଳା ରଙ୍ଗରେ ସଜାଯିବ । ପ୍ରୀ ୱେଡିଂ କାର୍ଯ୍ୟକ୍ରମ ଗୁଡିକ ଜାନୁଆରୀ ୨୬ ରୁ ଆରମ୍ଭ ହେବ ଏବଂ ୨୭ ଜାନୁଆରୀରେ ଦୁହିଁଙ୍କର ବିବାହ ହେବ । ଉଭୟ ଦକ୍ଷିଣ ଗୋଆର ଏକ ଫାଇଭ୍ ଷ୍ଟାର୍ ହୋଟେଲ ବୁକ୍ କରିଛନ୍ତି। ମୌନିଙ୍କର ବିବାହରେ ବହୁ ବଡ ବଲିଉଡ ସେଲିବ୍ରେଟି ଯୋଗ ଦେବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଦୁହିଁଙ୍କର ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking