24.1 C
Bhubaneswar
Tuesday, May 24, 2022
Homeଅପରାଧନାଗାଲାଣ୍ଡ ନରସଂହାର ମାମଲା : ରାଜ୍ୟ ସରକାରଙ୍କୁ ଆଉ ୧୦ ଦିନ ମହଲତ

ନାଗାଲାଣ୍ଡ ନରସଂହାର ମାମଲା : ରାଜ୍ୟ ସରକାରଙ୍କୁ ଆଉ ୧୦ ଦିନ ମହଲତ

କୋହିମା: ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଗତ ଡିସେମ୍ବର ୪ରେ ଘଟିଥିବା ନରସଂହାର ମାମଲାରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ କୋନ୍ୟାକ୍ ସଂପ୍ରଦାୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଉ ୧୦ ଦିନ ମହଲତ ଦିଆଯାଇଛି । ଘଟଣାକୁ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏପର୍ଯର୍୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି କିମ୍ବା ସେନାର ତଦନ୍ତ କମିଟି ଏପର୍ଯ୍ୟନ୍ତ ରିପୋର୍ଟ ଦାଖଲ କରିନାହାନ୍ତି । ଏହାଫଳରେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ୧୪ ନିରୀହ ଆଦିବାସୀ ଲୋକଙ୍କ ପରିବାର ପ୍ରତି ଅନ୍ୟାୟ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଜାନୁଆରୀ ୧୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋନ୍ୟାକ୍ ସଂପ୍ରଦାୟ ସମୟସୀମା ଧାର୍ଯ୍ୟ କରିଥିଲା । ବର୍ତ୍ତମାନ ଏହାକୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯଦି ୨୫ ସୁଦ୍ଧା ରିପୋର୍ଟ ଦାଖଲ କରାନଯାଏ, ତେବେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଅସହଯୋଗ ଆନ୍ଦୋଳନ ଡାକରା ଦେବେ ବୋଲି ଧମକ ଦେଇଛନ୍ତି । ଡିସେମ୍ବର ୪ ରାତିରେ ଯବାନଙ୍କ ତ୍ରୁଟିପୂର୍ଣ୍ଣ ଗୁଳିଚାଳନା ଯୋଗୁଁ ଏହି ସଂପ୍ରଦାୟର ୧୪ ଜଣ ଲୋକଙ୍କର ପ୍ରାଣହାନି ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking