39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ସଫା

ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ସଫା

ଶ୍ରୀନଗର : ଆଜି ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍ ଏବଂ ଅନନ୍ତନାଗରେ ଦୁଇଟି ପୃଥକ୍ ଏନ୍‌କାଉଣ୍ଟର୍ ଘଟଣାରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗାମ୍ ଜିଲ୍ଲାର ନିପୋରା ଅଞ୍ଚଳରେ ଦୁଇଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା କଥା କଶ୍ମୀର ଜୋନ୍ ପୁଲିସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୧୯ ଆର୍ ଆର୍ ଏବଂ ସିଆର୍‌ପିଏଫ୍ ସେ ଅଞ୍ଚଳରେ କର୍ଡନ୍ ଓ ତଲାସ ଅଭିଯାନ ଆରମ୍ଭ କରିଥିଲେ। ଗତ ମଧ୍ୟରାତ୍ରୀରୁ ଭାରତୀୟ ସେନା, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍) ଏବଂ ସ୍ଥାନୀୟ ପୁଲିସ ସେଠାରେ ଅଭିଯାନ ଆରମ୍ଭ କରିଥିଲା। ଅନନ୍ତନାଗ ଜିଲ୍ଲାର ଲାଲ୍ଲାନ୍ ଅଞ୍ଚଳରେ ଅନ୍ୟ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଗୁଇନ୍ଦାସୂତ୍ରରୁ ସୂଚନା ପାଇବା ପରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ କର୍ଡନ୍ କରିବାବେଳେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା। ପୁଲ୍‌ୱାମାର ଗୁଲାବ ବାଗ ତ୍ରାଲ୍‌ରେ ମଧ୍ୟ ମିଳିତ ବଳ ଅନ୍ୟ ଏକ ତଲାସ ଅଭିଯାନ ଆରମ୍ଭ କରିଛନ୍ତି। ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ସୂଚନାଯୋଗ୍ୟ,ଚଳିତମାସରେ ଏଯାବତ୍ ୨୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking