ଜାମ୍ମୁ କାଶ୍ମୀର : କାଶ୍ମୀର ଡୋଡାରେ ୪ ସୁରକ୍ଷାକର୍ମୀ ସହିଦ । ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ଜଣେ ଆର୍ମୀ ଅଫିସର ଓ ୩ ଯବାନ ଗତକାଲି ରାତିରେ ଡୋଡା ସହରଠାରୁ ୫୫ କିଲୋମିଟର ଦୂର ଦେସା ଜଙ୍ଗଲ ଇଲାକାରେ ସ୍ପେସାଲ ଅପରେସନ ଗ୍ରୁପ ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ କର୍ଡନ ଓ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।ଆତଙ୍କବାଦୀ ପ୍ରଥମେ ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ । ୨୦ ମିନିଟ ଧରି ଆତଙ୍କବାଦୀ- ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଆର୍ମୀ ଅଫିସର ଓ ୩ ଜଣ ଯବାନ ସହିଦ ହୋଇଛନ୍ତି । ହମଲା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ୩୪ ଦିନରେ ଡୋଡାରେ ୫ଥର ଏନକାଉଣ୍ଟର ହୋଇଛି । ସରକାରୀ ସୂତ୍ରରୁ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କୁହାଯାଇଛି ଯେ ଏହି ଆକ୍ରମଣକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ (ଜେଏମ)ର ‘କାଶ୍ମୀର ଟାଇଗର୍ସ’ କରିଥିବା ସନ୍ଦେହ କରାଯାଉଛି। ସୋମବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୁଲିସର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ପେସାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ର ସୈନ୍ୟମାନେ ଡୋଡା ସହରଠାରୁ ୫୫ କିଲୋମିଟର ଦୂରରେ ଥିବା ଦେସା ଜଙ୍ଗଲ ବେଲ୍ଟର ଧାରି ଗୋଟେ ଉରବାଗୀରେ ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।