33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶତାଣ୍ଡବ ରଚିଲା କାଳବୈଶାଖୀ: ବଜ୍ରପାତ ନେଲା ୩୩ ଲୋକଙ୍କ ଜୀବନ

ତାଣ୍ଡବ ରଚିଲା କାଳବୈଶାଖୀ: ବଜ୍ରପାତ ନେଲା ୩୩ ଲୋକଙ୍କ ଜୀବନ

ପାଟନା : ବିହାରରେ ପ୍ରଚଣ୍ଡ ଗରମ ପରେ ଆସିଥିବା କାଳବୈଶାଖୀ ଓ ବଜ୍ରପାତ ତାଣ୍ଡବ ରଚିଛି । କିଛି ଘଣ୍ଟା ବର୍ଷା ହେବା ଯୋଗୁଁ ୧୬ ଜିଲ୍ଲାରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସମସ୍ତଙ୍କର ପ୍ରାଣହାନୀ ଘଟିଛି । ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ନିତିଶ କୁମାର ଟ୍ୱିଟ୍ କରି ଲେଖିଛନ୍ତି, ରାଜ୍ୟର ୧୬ ଜିଲ୍ଲାରେ ହୋଇଥିବା କାଳବୈଶାଖୀ ଏବଂ ବଜ୍ରପାତ ଯୋଗୁଁ ୩୩ ଲୋକ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ । ମୃତକ ଓ ଶୋକସନ୍ତପ୍ତ ପରିବାରକୁ ଜରୁରୀକାଳୀନ ଭିତ୍ତିରେ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଦିଆଯିବ । ସୂଚନା ଅନୁଯାୟୀ, ବିହାରର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଥିଲା ।

ହଠାତ ପାଗ ପରିବର୍ତ୍ତନ ସହ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ବିଜୁଳି ଓ ଘଡଘଡି ବି ମାରିଥିଲା । ଫଳରେ ବିଭିନ୍ନ ସ୍ଥାନରେ ବ୍ରଜପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏତତ ବ୍ୟତୀତ ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ କାଳବୈଶାଖୀ ଓ ବଜ୍ରପାତରୁ ସତର୍କ ରହିବା ପାଇଁ ଅପିଲ କରିଛନ୍ତି । ସେହିପରି ବିହାରରେ ବଜ୍ରପାତ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପୂର୍ବରୁ କାଳବୈଶାଖୀ ଏବଂ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା । ତେଣୁ ଘର ନ ବାହାରିବାକୁ ପରାମର୍ଶ ଦିଆଯାଇଥିଲା । ଏହାଛଡା ରାଜ୍ୟର ଭାଗଲପୁର ଅଞ୍ଚଳରେ ଝଡ ତୋଫାନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ବଜ୍ରପାତରେ ୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking