କେନ୍ଦୁଝର : ଗାଁ ଦାଣ୍ଡରେ ଖେଳୁ ଥିବା ବେଳେ ବାଡ଼ି ଧରି ଭୟଭୀତ କରିବାରୁ ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ୩ ବର୍ଷର ନିଷ୍ପାପ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଘଟଣା ଘଟିଛି ପାଟଣା ବ୍ଲକ ସଡ଼ଙ୍ଗବାହାଳି ଗ୍ରାମରେ। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଶିଶୁ ଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଜନୈକ ମହିଳା ହାତରେ ବାଡ଼ି ଧରି ଭୟଭୀତ କରାଇବାରୁ ଶିଶୁପୁତ୍ର ଟି ପୋଖରୀ ଆଡ଼କୁ ପଳାଇ ପୋଖରୀ ପାଣି ଭିତରରକୁ ପଶିଯାଇ ମୃତ୍ୟୁ ହୋଇଥିବା ଶିଶୁପୁତ୍ରର ମା ରଶ୍ମିତା ମୁଣ୍ଡା ଅଭିଯୋଗ କରିଛନ୍ତି । ପରିବାର ଲୋକେ ଖୋଜା ଖୋଜି କରିବା ପରେ ରାତିରେ ପୋଖରୀ ଭିତରେ ଶିଶୁ ପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ ସଙ୍ଗେ ସଙ୍ଗେ ଉଦ୍ଧାର କରି ପାଟଣା ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏକ ମାତ୍ର ପୁଅର ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।