28.1 C
Bhubaneswar
Friday, April 26, 2024
Homeଓଡିଶାସୁନ୍ଦରଗଡ଼ରେ ଆଉ ୩ କରୋନା ପଜେଟିଭ୍ ଚିହ୍ନଟ

ସୁନ୍ଦରଗଡ଼ରେ ଆଉ ୩ କରୋନା ପଜେଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏମାନେ ସମସ୍ତେ ରାଉରକେଲା ଅଂଚଳର ବୋଲି ଜଣାପଡ଼ିଛି । ୨ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି । ପୁରୁଷ ଆକ୍ରାନ୍ତଙ୍କ ବୟସ ୨୩, ୬୦ ଥିବାବେଳେ ମହିଳା ଆକ୍ରାନ୍ତଙ୍କ ବୟସ ୫୭ ବୋଲି ଜଣାପଡ଼ିଛି ।  ଏଥିସହ ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫଳରେ ଜିଲ୍ଲାର ସମସ୍ତ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସୁନ୍ଦରଗଡ଼ କରୋନା ମୁକ୍ତ ହୋଇଥିଲା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର ଏହି ଘଟଣାକୁ ୨୪ ଘଣ୍ଟା ନପୂରୂଣୁ ପୁଣି ୩ ଜଣ ଆକ୍ରାନ୍ତ ହେବା ଜିଲ୍ଲାବାସୀଙ୍କୁ ଚିନ୍ତିତ କରିଛି।
ଗତକାଲି ଯାଜପୁରରୁ ଚିହ୍ନଟ ହୋଇଥିବା ୬ଜଣ ନୂଆ କରୋନା ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖରେ କୋଲକାତାରୁ ଫେରିଥିଲେ। ଏହାପରେ ସେମାନେ ସରକାରୀ ସଙ୍ଗରୋଧରେ ୧୪ ଦିନ କାଟି ଘରକୁ ଫେରିଥିଲେ। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩, ୪୯, ୫୨, ୫୭,୩୯ ଓ ୫୦ ଏବଂ ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି। ସଂଗରୋଧରେ ରହିବା ପରେ ଆକ୍ରାନ୍ତ ଘରକୁ ଫେରିଥିବାରୁ ଅନେକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି।
୨୫ ତାରିଖ ସକାଳ ସୁଦ୍ଧା ରାଜ୍ୟରେ ୨୨୮୧୬ କୋଭିଡ ନମୁନା ପରୀକ୍ଷା ହୋଇଛି ଏବଂ ୪୯୭୫ଟି ରାପିଡ୍ ଆଣ୍ଟିବଡି ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୪ଜଣ ସୁସ୍ଥ ଯୋଇ ସାରିଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୬୮ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏବେ ସୁଦ୍ଧା ପୁରୀ, କଟକ, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking