38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦେଶରେ ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ସର୍ବାଧିକ ୧୧ହଜାର ୪୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୯୯୩କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୮ହଜାର ୮୮୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୪ଘଣ୍ଟାରେ ଦେଶରେ ୩୮୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବତ୍ତର୍ମାନ ଦେଶରେ ୧ଲକ୍ଷ ୪୫ହଜାର ୭୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହୋଇଛନ୍ତି ୧ଲକ୍ଷ ୫୪ହଜାର ୩୩୦ଜଣ ଆକ୍ରାନ୍ତ ।
ମହାରାଷ୍ଟ୍ରରେ ଆ୍ରାକନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଲା । ବତ୍ତର୍ମାନ ମହାରାଷ୍ଟ୍ରରେ ୧ଲକ୍ଷ ୧ହଜାର ୧୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୭୧୭ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏ ନେଇ କେନ୍ଦ୍ର ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ ୮୦ ଜଣ, ଆସାମରେ ୮ ଜଣ, ବିହାରରେ ୩୬ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୧୨୧୪ ଜଣ, ଗୁଜରାଟରେ ୧୪୧୫ ଜଣ, ହରିୟାଣାରେ ୭୦ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୩ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୭୯ ଜଣ, କେରଳରେ ୧୯ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୪୦ ଜଣ, ମହାରାଷ୍ଟ୍ରରେ ୩୭୧୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୦ ଜଣ, ପୁଦ୍ଦୁଚେରୀରେ ୨ଜଣ, ପଞ୍ଜାବରେ ୬୩ ଜଣ, ରାଜସ୍ଥାନରେ ୨୭୨ ଜଣ, ତାମିଲନାଡୁରେ ୩୬୭ ଜଣ, ତେଲେଙ୍ଗାନାରେ ୧୭୪ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୨୧ ଜଣ, ଉତ୍ତରପ୍ରଦେଶରେ ୩୬୫ ଜଣ ଏବଂ ପଶ୍ଚମବଙ୍ଗରେ ୪୫୧ ଜଣ ।
https://onakhabar.com/2020/06/12/covid-19-death-8498-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking