39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶରାଜସ୍ଥାନର ଖାଟୂଶ୍ୟାମ ମନ୍ଦିରରେ ଦଳଚକଟା: ୩ ମୃତ, ୨ ଆହତ

ରାଜସ୍ଥାନର ଖାଟୂଶ୍ୟାମ ମନ୍ଦିରରେ ଦଳଚକଟା: ୩ ମୃତ, ୨ ଆହତ

ଜୟପୁର: ଆଜି ସକାଳେ ରାଜସ୍ଥାନର ସିକରଠାରେ ଥିବା ଖଟୂଶ୍ୟାମଜୀ ମନ୍ଦିରରେ ଦଳାଚକଟା ଯୋଗୁଁ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଚିକିତ୍ସା ନିମନ୍ତେ ୨ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ମନ୍ଦିରର ପ୍ରବେଶ ପଥରେ ଦଳାଚକଟା ହୋଇଥିଲା। ଆଜି ଶ୍ରାବଣ ଏକାଦଶୀ ହୋଇଥିବାରୁ ଭଗବାନ କୃଷ୍ଣଙ୍କ ଅବତାର ବୋଲି ବିଶ୍ବାସ କରାଯାଉଥିବା ଖଟୂଶ୍ୟାମଜୀଙ୍କ ଦର୍ଶନକୁ ମଙ୍ଗଳକାରୀ ବୋଲି ବିଚାର କରାଯାଏ। ଏହାଛଡ଼ା, ରାଜସ୍ଥାନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ତୀର୍ଥସ୍ଥାନ ହୋଇଥିବାରୁ ଏହି ମନ୍ଦିରରେ ଜନଗହଳି ହୋଇଥାଏ। ମନ୍ଦିରକୁ ଯିବା ପାଇଁ ଲୋକେ ଧାଡ଼ି ବାନ୍ଧି ଅପେକ୍ଷା କରିଥାଆନ୍ତି। ଥରେ ଥରେ ଜାତୀୟ ରାଜପଥ ଉପରେ ଏକ କିଲୋମିଟର୍‌ରୁ ଅଧିକ ଲମ୍ବା ଧାଡ଼ି ହୋଇଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking