29.1 C
Bhubaneswar
Monday, May 6, 2024
Homeଓଡିଶା+ ୩ ନାମଲେଖା ପ୍ରସଙ୍ଗ: ଦ୍ୱିତୀୟ ପର୍ଯ୍ୟାୟରେ ୩୯,୮୮୪ ଛାତ୍ରଛାତ୍ରୀ ମନୋନୀତ

+ ୩ ନାମଲେଖା ପ୍ରସଙ୍ଗ: ଦ୍ୱିତୀୟ ପର୍ଯ୍ୟାୟରେ ୩୯,୮୮୪ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ + ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୯,୮୮୪ ମନୋନୀତ ହୋଇଥିବା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରେ ୨୧,୧୬୫ ଛାତ୍ରୀ ଥିବା ବେଳେ ୧୮,୭୧୭ ଛାତ୍ର ଏବଂ ୨ କିନ୍ନର ଅଛନ୍ତି । ମନୋନୀତ ଛାତ୍ରୀଛାତ୍ରଙ୍କ ମଧ୍ୟରେ କଳାରେ ୨୧,୦୪୧ ଥିବା ବେଳେ ସେଲ୍‌ଫ ଫାଇନାନ୍ସିଂରେ ୫୩୭, ବାଣିଜ୍ୟରେ ୩,୪୦୦, ଶାସ୍ତ୍ରୀରେ ୪୨୩, ଫିଜିକାଲ ସାଇନ୍ସରେ ୭,୭୦୭, ବାୟୋଲୋଜିକାଲ ସାଇନ୍ସରେ ୬,୭୭୬ ଛାତ୍ରୀଛାତ୍ର ଅଛନ୍ତି । ଏହି ଛାତ୍ରୀଛାତ୍ରମାନେ ଆସନ୍ତା ୧୯ତାରିଖ ସନ୍ଧ୍ୟା ୫ଟାରେ ମଧ୍ୟରେ ନାମଲେଖାଇବେ ।

୨୦ତାରିଖ ଅପରାହ୍ନ ୨ଟାରେ ସାମ୍ସ ୱେବସାଇଟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଇ-ସ୍ପେସ୍‌ରେ ବଳକା ସିଟ୍ ତାଲିକା ପ୍ରକାଶ ପାଇବ । ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ୨୩ ତାରିଖ ରାତି ୧୧ଟା ୪୫ ଭିତରେ ଛାତ୍ରୀଛାତ୍ରମାନେ ସ୍ପଟ ନାମଲେଖା ପାଇଁ ଆବେଦନ କରିବେ । ଯେଉଁମାନେ ପୂର୍ବରୁ ଆବେଦନ କରିଥିବେ ସେହି ଛାତ୍ରୀଛାତ୍ରମାନେ କେବଳ ସ୍ପଟ ନାମଲେଖା ପାଇଁ ଆବେଦନ କରିପାରିବେ । ୨୮ ତାରିଖ ଅପରାହ୍ନଟାରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୮ ତାରିଖ ୨ଟାରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ରମାନେ ନାମଲେଖାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking