28.1 C
Bhubaneswar
Wednesday, May 6, 2026
Homeଓଡିଶା+୩ ନାମଲେଖା ଆବେଦନ ବଢ଼ିଲା

+୩ ନାମଲେଖା ଆବେଦନ ବଢ଼ିଲା

ଭୁବନେଶ୍ୱର : +୩ ନାମଲେଖା ପାଇଁ ଦ୍ୱିତୀୟ ପର୍ୟ୍ୟାୟ ଆବେଦନ ଅବଧି ଆସନ୍ତା ୨ତାରିଖ ପର୍ୟ୍ୟନ୍ତ ବଢ଼଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ୨ତାରିଖ ରାତି ୧୧ଟା ୪୫ ପର୍ୟ୍ୟନ୍ତ ଆବେଦନ କରିପାରିବେ। କୌଣସି ତ୍ରୁଟି ଥିଲେ ୩ ତାରିଖରେ ସଂଶୋଧନ କରିପାରିବେ। ସେପ୍ଟେମ୍ୱର ୧୦ତାରିଖ ଅପରାହ୍ନ ୪ଟାରେ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ରୁ ୧୩ତାରିଖ ମଧ୍ୟରେ ନାମଲେଖାଇ ପାରିବେ।

ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୭ତାରିଖ ଅପରାହ୍ନ ୪ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ ବୋର୍ଡ ଏବଂ ୱେବ୍‌‌ସାଇଟରେ ପ୍ରକାଶ କରିବେ ଏବଂ ୧୮ ଓ ୧୯ ତାରିଖରେ ତାଙ୍କ ନାମଲେଖା ହେବ। ଏହାପରେ ସିଟ୍‌‌ ବଳକା ରହିଲେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠନ ପକ୍ଷରୁ କଲ୍‌‌ ଓ ହ୍ୱାଟ୍ସଆପ୍‌‌ ଜରିଆରେ ନାମଲେଖା ପାଇଁ ଅବଗତ କରାଯାଇ ୨୦ ଓ ୨୧ଲ ତାରିଖରେ ସେମାନଙ୍କ ନାମଲେଖା କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking