27.1 C
Bhubaneswar
Tuesday, July 8, 2025
Homeଓଡିଶାରାଜ୍ୟରେ ଦ୍ୱିତୀୟ କରୋନା ମୃତ ବ୍ୟକ୍ତିଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ରାଜ୍ୟରେ ଦ୍ୱିତୀୟ କରୋନା ମୃତ ବ୍ୟକ୍ତିଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଦ୍ୱିତୀୟ ମୃତକଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ମୃତ ବ୍ୟକ୍ତିଙ୍କ ବୟସ ୭୭ବର୍ଷ, ଘର ଭୁବନେଶ୍ୱର ମଧୁସୁଦନ ନଗର ଅଂଚଳର । ମୃତ ବ୍ୟକ୍ତିଙ୍କ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା । ତାଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍‌ନୀ ରୋଗ ଥିଲା । ଗତକାଲି ଭୁବନେଶ୍ୱର କିମ୍‌ସ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା।
ସୂଚନା ଯୋଗ୍ୟ, ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଝାରପଡ଼ାର ୭୨ ବର୍ଷୀୟ ଆକ୍ରାନ୍ତଙ୍କର ପ୍ରଥମ ମୃତ୍ୟୁ ହୋଇଥିଲା । କ୍ରୋନିକ ହାଇପରଟେନସନ ଯୋଗୁଁ ଝାରପଡା ଅଂଚଳର ଏହି ଵ୍ୟକ୍ତି ଜଣକ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧଇ ପାଇଛି ।
ବର୍ତ୍ତମାନ ସୁଦ୍ଧା ୪୭୪୫୪ ନମୁନା ପରୀକ୍ଷା ହୋଇଥିବାବେଳେ ୧୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୫ ଜଣ ସକ୍ରିୟ ଚିକିତ୍ସିତ ହେଉଛନ୍ତି। ସେହିପରି ୬୦ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking