25.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶସମିକ ଭଟ୍ଟାଚାର୍ଯ୍ୟ ବେଙ୍ଗଲ ବିଜେପି ସଭାପତି

ସମିକ ଭଟ୍ଟାଚାର୍ଯ୍ୟ ବେଙ୍ଗଲ ବିଜେପି ସଭାପତି

ନୂଆଦିଲ୍ଲୀ : ସମିକ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗ ବିଜେପି ସଭାପତି ନିର୍ବାଚିତ । ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହେଲେ ସମିକ ଭଟ୍ଟାଚାଯ୍ୟ । ସମିକ ବିଜେପି ରାଜ୍ୟସଭା ସାଂସଦ ଭାବେ କାଯ୍ୟ କରୁଛନ୍ତି । ଗୁରୁବାର ରାଜ୍ୟସଭା ସାଂସଦ ସମିକ ଭଟ୍ଟାଚାର୍ଯ୍ୟଙ୍କୁ ସର୍ବସମ୍ମତିକ୍ରମେ ପଶ୍ଚିମବଙ୍ଗ ବିଜେପି ସଭାପତି ଭାବରେ ନିର୍ବାଚିତ କରାଯାଇଛି। ବୁଧବାର ଶେଷ ତାରିଖ ସୁଦ୍ଧା ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ବରିଷ୍ଠ ବିଜେପି ନେତା ନିର୍ଦ୍ୱନ୍ଦ୍ୱରେ ଏହି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ସରକାରରେ ପରିବର୍ତ୍ତନ ଆଣିବା। ବଙ୍ଗଳାର ଲୋକମାନେ ବର୍ତ୍ତମାନର ଶାସନରୁ ମୁକ୍ତି ଚାହୁଁଛନ୍ତି । ଏହା କେବଳ ଏକ ନିର୍ବାଚନ ନୁହେଁ   ଏହା ବଙ୍ଗଳାର ଆତ୍ମା ​​ପାଇଁ ଏକ ଲଢ଼େଇ। ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଟିଏମସି ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ପ୍ରସ୍ତୁତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking