42.1 C
Bhubaneswar
Saturday, April 27, 2024
Homeଓଡିଶା୨୭ଦାଦନ ଶ୍ରମିକ ଉଦ୍ଧାର : ୨ ଅଟକ

୨୭ଦାଦନ ଶ୍ରମିକ ଉଦ୍ଧାର : ୨ ଅଟକ

ଭଦ୍ରକ : ଭଦ୍ରକ ଜିଲ୍ଲାରୁ ଦାଦନ ଖଟିବା ସକାଶେ ଆନ୍ଧ୍ରପ୍ରଦେଶର ବିଜୱାଡାକୁ ଚାଲଣା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଭଦ୍ରକ ଗ୍ରାମାଚଂଳ ପୁଲିସ ୨୭ଜଣ ଦାଦନଙ୍କୁ ଉଦ୍ଧାର କରିଛି ବୋଲି ସୂଚନା ମିଳିଛି । ଏହି ୨୭ଜଣଙ୍କ ମଧ୍ୟରୁ ୧୭ଜଣ ନାବାଳିକା ଥିଲାବେଳେ ୧୦ଜଣ ନାବାଳକ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଚଂଳ ଥାନା ଅନ୍ତର୍ଗତ କେଦାରପୁର ପଂଚାୟତର ଜିତନାଗ ଗ୍ରାମରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ପିଲାମାନେ ହେଲେ ଭଦ୍ରକ ଜିଲ୍ଲା ସମେତ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ମିଳିଛି । ପୁଲିସ ସେମାନଙ୍କୁ ଉଦ୍ଧାର କରିବା ପରେ ସୁଧାର ଗୃହରେ ଛାଡ଼ିଛନ୍ତି । ପୁଲିସ ଏହି ଘଟଣାରେ ଜିତାନାଗ ଗ୍ରାମର ମନ୍ଦରଧର ପତି ଏବଂ ତାଙ୍କ ପତ୍ନୀଙ୍କୁ ଅଟକରଖି ପଚରାଉଚରା ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking