29.1 C
Bhubaneswar
Wednesday, April 24, 2024
Homeକରୋନାଭାରତ : କରୋନା ଆକ୍ରାନ୍ତ ସଂଖ୍ୟା ୯୩କୁ ବୃଦ୍ଧି

ଭାରତ : କରୋନା ଆକ୍ରାନ୍ତ ସଂଖ୍ୟା ୯୩କୁ ବୃଦ୍ଧି

ନୂଆଦିଲ୍ଲୀ: ଚୀନ୍‌ର ଉହାନରୁ ପ୍ରଦେଶରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ଜନିତ ରୋଗ କରୋନା ବା କୋଭିଡ୍-୧୯ ବର୍ତ୍ତମାନ ୧୨୩ ଟି ଦେଶକୁ ବ୍ୟାପି ସାରିଛି। ଏହି ସଂକ୍ରମଣରେବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୯୩କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରେ ୭୬ ଜଣ ଭାରତୀୟ ଥିବା ବେଳେ ଅନ୍ୟ ୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ , ଭାରତରେ ମୋଟ ୧୩ଟି ରାଜ୍ୟକୁ କରୋନା ଭାଇରସ ବ୍ୟାପିଛି। କିନ୍ତୁ କେରଳରୁ ଅଧିକାଂଶ ମାମଲା ସାମ୍ନାକୁ ଆସିଛି। ସେଠାରେ ୨୨ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି। ଏହା ପରେ ମହାରାଷ୍ଟ୍ରରେ ୧୯ ଜଣଙ୍କୁ ଚିହ୍ନଟ କରାଯାଇଛି। ୟୁପିରେ ୧୨ ଜଣ ଏବଂ ଦିଲ୍ଲୀରେ ୭ ଜଣଙ୍କଠାରେ କରୋନା ଜୀବାଣୁର ଲକ୍ଷଣ ଦେଖିବାକୁ ମିଳିଛି।ତେବେ ଏ ମହାମାରି କରୋନା ପାଇଁ ଏଯାବତ କୋଣସି ମେଡିସିନେ ବାହାରି ନାହିଁ ।
https://onakhabar.com/2020/03/15/236-indians-returned-from-iran/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking