32.1 C
Bhubaneswar
Thursday, March 28, 2024
Homeଓଡିଶାକର୍ଲାପାଟ  ଅଭୟାରଣ୍ୟ ରୁ ଉଦ୍ଧାର ହେଲେ ମାନସିକ ବିକୃତ ଅସହାୟ ମହିଳା , ଉଦ୍ଧାର କଲେ...

କର୍ଲାପାଟ  ଅଭୟାରଣ୍ୟ ରୁ ଉଦ୍ଧାର ହେଲେ ମାନସିକ ବିକୃତ ଅସହାୟ ମହିଳା , ଉଦ୍ଧାର କଲେ ଦୁଇ ଯୁବ ସାମ୍ବାଦିକ ଓ ଦୁଇ ବନ ବିଭାଗ ର କର୍ମଚାରୀ

କଳାହାଣ୍ଡି : ପରିବର୍ତ୍ତନ ଦୁନିଆ ର ବ୍ୟସ୍ତବହୁଲ ଜୀବନରେ ମଧ୍ୟ ବଞ୍ଚିରହିଛି ମାନବିକତା । ଏକ ମାନସିକ ବିକୃତ ଅସହାୟ ମହିଳା କୁ କଳାହାଣ୍ଡି କାର୍ଲାପାଟ ଅଭୟାରଣ୍ୟ ରୁ ଉଧାର କଲେ ଜଣେ ଯୁବକ ବନ କର୍ମଚାରୀ ଓ ଦୁଇ ଜଣ ଯୁବ ସାମ୍ବାଦିକ। କଳାହାଣ୍ଡି ଜିଲ୍ଲା ଭାଵନୀପାଟଣା ଠାରୁ 18 କିଲୋମିଟର ଗଲେ ପଡେ କର୍ଲାପାଟ ଅଭୟାରଣ୍ୟ । କର୍ଲାପାଟ ଅଭୟାରଣ୍ୟ ଦେଇ ଯାଇଛି  44 ରାଜ୍ୟ ରାଜପଥ।  କିଆପଦର ଛକ ରୁ ୩କିଲୋମିଟର ରେ ଏକ ନିଛାଟିଆ ଜାଗାରେ ଖୋଲା ଆକାଶ ତଳେ ପୋଲ  ପାଖରେ ପଡିରହିଥିଲେ ମାନସିକ ଭାରସାମ୍ୟ ହରାଇଥିବା ଅସହାୟ ମହିଳା । ପଲିଥିନ ରେ ଭାତ । ନାଁ ପଚାରିଲେ କହୁଛି କାଣି ସାହୁ ଲଳିତା ଗୁରୁବାରୀ ଏମିତି ବହୁତ ନା ।  ଗାଁ ନା କହୁଛି ବଲାଙ୍ଗୀର ଜିଲ୍ଲାର ସଯବାହଲ  ସ୍ୱାମୀ ମରିଯିବା ପରେ  ପୁଅ ବୋହୂ ଙ୍କ ଗାଲି ଗୁଳଜ ସହି ନପାରି  ସେ ୩ ବର୍ଷ ରୁ ଘରଛାଡି ଚାଲିଚାଲି ଆସି କର୍ଲାପାଟ  ଅଭୟାରଣ୍ୟ ମଝିରେ ।
ଘଞ୍ଚ ଜଙ୍ଗଲ ମଧ୍ୟରେ  ତିନି ରୁ କିଛିଦିନ ହେଲା ଏହି ମହିଲା କୁ ରାସ୍ତା କଡରେ ଦେଖି ଚାଲିଯାଉଥିଲେ ଅନେକ ଲୋକ କିନ୍ତୁ କାହାରି ନଜର ପଡିନଥିଲା ଏହି ଅସହାୟ ମହିକାଙ୍କ ଉପରେ । ସବୁ ଦିନ ଏହିରାସ୍ତା ରେ ରାତି ରେ ଚିତା ବାଘ ବୁଲୁଥିବାବେଳେ ଏହା ହାତୀ ଚଲାପଥ କନ୍ତୁ  ଅଭୟାରଣ୍ୟ ର ଫରେଷ୍ଟେ ଗାର୍ଡ ଅରୁଣ କୁମାର ହରିଚନ୍ଦନ ଓ ଥୁଆମୂଳ ଅଞ୍ଚଳରେ କାମ କରୁଥିବା ଏକ ବ୍ୟକ୍ତି ସଂଜୟ ବିଷି  ଙ୍କ ନଜର ପଡିଲା ଏହି ମହିଳା ଙ୍କ ଉପରେ ସବୁଦିନ ପାଣି ବିସ୍କୁଟ ସହ କିଛି  ରନ୍ଧା ଖାଦ୍ୟ ଏହି ଅସହାୟ ମହିଳା ଙ୍କ ପାଇଁ ଆଣିଦେଉଥିଲେ ।
ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି  ଅସହାୟ ମହିଳା କେମିତି ଆସିଲେ କାହାକୁ ଜଣାନାହି । କିଛି ପଥଚାରି ଗାଡି ଅଟକାଇ ଖାଇବାକୁ ଦେଲେ ଖାଉଥିଲେ ନହେଲେ ଭୋକରେ ଉପାସରେ ଜଙ୍ଗଲ ଭିତରେ ଚାତକ ପରି ଲୋକଙ୍କୁ ଅପେକ୍ଷା କରିଥାନ୍ତି। ତେବେ ଏହି ଅସହାୟ ମହିଳା ଙ୍କ ବିଷୟରେ ଖବର ପାଇ ଦୁଇଜଣ ଯୁବ ସାମ୍ବାଦିକ ଚିତ୍ତ ରଞ୍ଜନ ବିଷି ଓ ଯୋଶବନ୍ତ ଧଙ୍ଗଡା ମାଝୀ  ସେଠାରେ ପହଞ୍ଚିଥିଲେ । ପହଞ୍ଚିଲା ପରେ ଦୁଇ ଯୁବ ସାମ୍ବାଦିକ,  ରେଞ୍ଜର ଏମଡି ସମିମ୍ , ବନ କର୍ମଚାରୀ ଓ ସେହି ଯୁବକଙ୍କ ସାହାଯ୍ୟ ଏକ ଗାଡି ଯୋଗେ ଏହି ଅସହାୟ ମହିଳା ଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ଏ ସଂପର୍କ ରେ ଜିଲ୍ଲାପାଳ ଙ୍କୁ ଯୋଗାଯୋଗ  ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ ନିର୍ଦ୍ଦେଶ  ଦେଇଛନ୍ତି । ତେବେ ଆଜିର ଦିନରେ ଲୋକେ ନିଜ କର୍ମମୟ ଜୀବନରେ ଏତେ ବ୍ୟସ୍ତ ବହୁଳ ରହି ମାନବିକତା କୁ ଭୁଲିଯାଉଛନ୍ତି ଯାହା ଆଗାମୀ ପିଢି ପାଇଁ ଏକ ଚିନ୍ତା ର ବିଷୟ ପାଲଟିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking