30.1 C
Bhubaneswar
Monday, May 6, 2024
Homeବିଜିନେସ୍୨୦୨୩ ଜାନୁଆରୀ-ମାର୍ଚ୍ଚ ରିପୋର୍ଟ; ଆନ୍ତର୍ଜାତିକ ରୁଟ୍‌ରେ ବିମାନଯାତ୍ରୀଙ୍କ ସଂଖ୍ୟା ୮୮% ବଢିଛି

୨୦୨୩ ଜାନୁଆରୀ-ମାର୍ଚ୍ଚ ରିପୋର୍ଟ; ଆନ୍ତର୍ଜାତିକ ରୁଟ୍‌ରେ ବିମାନଯାତ୍ରୀଙ୍କ ସଂଖ୍ୟା ୮୮% ବଢିଛି

ନୂଆଦିଲ୍ଲୀ : ଚଳିତବର୍ଷ (୨୦୨୩) ପ୍ରଥମ ତ୍ରୈମାସିକ ଅର୍ଥାତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆନ୍ତର୍ଜାତିକ ରୁୁଟ୍‌ରେ ବିମାନଯାତ୍ରୀଙ୍କ ସଂଖ୍ୟା ୮୮ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ଘରୋଇ ଓ ବିଦେଶୀ ଏୟାରଲାଇନ୍ସ ତରଫରୁ ମିଳିଥିବା ତଥ୍ୟକୁ ଆଧାର କରି ଗୁରୁବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । କୋଭିଡ୍ ସମୟରେ କଟକଣା ଯୋଗୁଁ ଆନ୍ତର୍ଜାତିକ ରୁଟ୍‌ରେ ବିମାନଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଥିଲା । ତେବେ କୋଭିଡ୍ ପରେ ସ୍ଥିତିରେ ଉନ୍ନତି ଘଟିଛି । ୨୦୨୨ ମାର୍ଚ୍ଚ ୨୭ରୁ ଆନ୍ତର୍ଜାତିକ ରୁଟ୍‌ରେ ପୁଣି ବିମାନ ଚଳାଚଳ ଆରମ୍ଭ ହେବାପରେ ବିମାନଯାତ୍ରୀଙ୍କ ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଥିବା କୁହାଯାଇଛି । ଅବଶ୍ୟ ବିଦେଶୀ ବିମାନଯାତ୍ରୀ ପ୍ରସଙ୍ଗରେ ଭାରତର ଘରୋଇ ଏୟାରଲାଇନ୍ସଗୁଡିକ ଏତେଟା ଲାଭବାନ ହୋଇନଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆଭିଏସନ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହନ ଦେବାକୁ ଏବଂ ଘରୋଇ/ବିଦେଶୀ ବିମାନଯାତ୍ରୀଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ପ୍ରଥମତଃ ଘରୋଇ ସେକ୍ଟରରେ ଏୟାର କନେକ୍ଟିଭିଟି ବୃଦ୍ଧି କରିବାକୁ ସରକାର ‘ଉଡାଣ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଦ୍ୱିତୀୟରେ ସାର୍କ ରାଷ୍ଟ୍ରସମୂହ (ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ନାଗରିକଙ୍କୁ ବାଦଦେଇ) ଏବଂ ଆସିଆନ୍ ରାଷ୍ଟ୍ରସମୂହର ବିମାନଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଭାରତର ୧୮ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଚିହ୍ନଟ କରାଯାଇ ସେଠାରେ ବିମାନ ଚଳାଚଳ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି । ଭାରତ ସମେତ ସାର୍କ ଓ ଆସିଆନ ରାଷ୍ଟ୍ରସମୂହର ନିର୍ଦ୍ଦିଷ୍ଟ କେତେକ ଏୟାରଲାଇନ୍ସକୁ ଏହି ପର୍ଯ୍ୟଟନସ୍ଥଳୀ ରୁଟ୍‌ରେ ବିମାନ ଚଳାଚଳର ଅନୁମତି ପ୍ରଦାନ କରାଯାଇଛି । ଏହାବ୍ୟତୀତ ନ୍ୟାସନାଲ ସିଭିଲ ଆଭିଏସନ ପଲିସୀ-୨୦୧୬ ଅନୁଯାୟୀ ସାର୍କ ଓ ଆସିଆନ୍ ରାଷ୍ଟ୍ରଙ୍କ ସହ ଭାରତର ଓପନ ସ୍କାଏ ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୩ଟି ରାଷ୍ଟ୍ର ସହ ଭାରତର ଓପନ ସ୍କାଏ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଲାଣି । ଫଳରେ ଭାରତ ଓ ଏହି ୨୩ଟି ରାଷ୍ଟ୍ରର ଏୟାରଲାଇନ୍ସଗୁଡିକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ସହରଗୁଡିକୁ ଅବାଧରେ ବିମାନ ଚଳାଚଳ ବ୍ୟବସ୍ଥା କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking