36.1 C
Bhubaneswar
Sunday, May 19, 2024
Homeଖେଳରେସଲରଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜ୍ ଭୂଷଣଙ୍କୁ ଜାମିନ୍‌

ରେସଲରଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜ୍ ଭୂଷଣଙ୍କୁ ଜାମିନ୍‌

ନୂଆଦିଲ୍ଲୀ: ଜଣେ ନାବାଳିକା ସମେତ ମୋଟ ୭ ଜଣ ରେସଲର୍ ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ)ର ପୂର୍ବତନ ମୁଖ୍ୟ ବ୍ରିଜ୍ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସ୍ଥାନୀୟ ପୁଲିସ୍ ଏକାଧିକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଗତ ମଙ୍ଗଳବାର ବ୍ରିଜ୍ ଭୂଷଣଙ୍କୁ ଦୁଇ ଦିନ ପାଇଁ ଅନ୍ତରୀଣ ଜାମିନ୍ ମିଳିଥିବା ବେଳେ ଗୁରୁବାର ତାଙ୍କୁ ଏଠାରେ ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ଣ୍ଣକାଳୀନ ଜାମିନ୍ ପ୍ରଦାନ କରିଛନ୍ତି ।

ବ୍ରିଜ୍ ଭୂଷଣଙ୍କ ବ୍ୟତୀତ ଡବ୍‌ଲ୍ୟୁଏଫ୍‌ଆଇର ବିତାଡ଼ିତ ସହଯୋଗୀ ସମ୍ପାଦକ ବିନୋଦ ତୋମାରଙ୍କୁ ମଧ୍ୟ ଏହି ମାମଲାରେ ଜାମିନ୍ ମିଳିଛି । ତେବେ ଉଭୟଙ୍କୁ ଜାମିନ୍ ପ୍ରଦାନ କରିବା ସମୟରେ କୋର୍ଟ ଏକାଧିକ ସର୍ତ୍ତ ରଖିଛନ୍ତି । ଉଭୟ ଅଭିଯୁକ୍ତ କଦାପି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଅଭିଯୋଗୀକାରୀ ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ । ତା’ଛଡ଼ା କୋର୍ଟଙ୍କ ବିନାନୁମତିରେ ସେମାନେ ଦେଶ ଛାଡ଼ି ଯାଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ କାଗଜପତ୍ରର ତନଖି ପାଇଁ ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking