36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଭାରତରେ ମିଳୁଛି ସବୁଠୁ ଶସ୍ତା ଡୋମିନୋଜ୍ ପିଜା

ଭାରତରେ ମିଳୁଛି ସବୁଠୁ ଶସ୍ତା ଡୋମିନୋଜ୍ ପିଜା

ନୂୂଆଦିଲ୍ଲୀ: ଆମେରିକାର ମଲଟିନ୍ୟାସନାଲ ପିଜା ରେସ୍ତୋରାଁ ଚେନ୍ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପିଜା ବ୍ୟବସାୟ ଚଳାଇଛି । ତେବେ ଭାରତରେ ଡୋମିନୋଜ୍ ପକ୍ଷରୁ ପ୍ରସ୍ତୁତ ପିଜା ସବୁଠାରୁ ଶସ୍ତା ମୂଲ୍ୟରେ ଉପଲବ୍ଧ ହେଉଥିବା ଜଣାପଡିଛି । ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତରେ ମୁଦ୍ରାସ୍ଫୀତି ଅତ୍ୟୁଚ୍ଚ ଥିବା ସତ୍ତ୍ୱେ ଏଠାରେ ଡୋମିନୋଜ୍ ପିଜା ମାତ୍ର ୪୯ ଟଙ୍କା (୦.୬୦ ଡଲାର)ରେ ମିଳୁଛି । ଆମେରିକା ବାହାରେ ଭାରତ ହେଉଛି ଡୋମିନୋଜ୍ ପିଜା ପାଇଁ ୧ ନମ୍ବର ମାର୍କେଟ । ଏହାର ବ୍ୟାପକ ଚାହିଦା ରହିଥିବାରୁ ଏହି ମୂଲ୍ୟକୁ ଅପରିବର୍ତ୍ତିତ ରଖାଯାଇଛି ବୋଲି ଭାରତ ପାଇଁ ନିଯୁକ୍ତ ଡୋମିନୋଜ୍ ସିଇଓ ସମୀର କ୍ଷେତ୍ରପାଲ କହିଛନ୍ତି ।

ବିଶ୍ୱର ଯେକୌଣସି ରାଷ୍ଟ୍ର ତୁଳନାରେ ୭ ଇଞ୍ଚ ଗୋଲେଇ ବିଶିଷ୍ଟ ଏହି ପିଜା ସବୁଠାରୁ ଶସ୍ତାରେ ମିଳୁଥିବା ସେ କହିଛନ୍ତି । ଅନ୍ୟ କମ୍ପାନୀର ପିଜା ଅପେକ୍ଷାକୃତ ମହଙ୍ଗା ହୋଇଥିବାରୁ ଭାରତୀୟ ଗ୍ରାହକ ଏହି ପିଜାକୁ ଅଧିକ ପସନ୍ଦ କରୁଥିବା କୁହାଯାଇଛି । ଏକ ତୁଳନାତ୍ମକ ଉଦାହରଣ ଦେଇ ସମୀର କହିଛନ୍ତି ଯେ ଚୀନ୍‌ର ସାଂଘାଇ ସହରରେ ଡୋମିନୋଜ୍‌ର ଏହି ସାଇଜ୍ ପିଜା ମୂଲ୍ୟ ୩.୮୦ ଡଲାର ଥିବାବେଳେ ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋରେ ଏହା ୧୨ ଡଲାରରେ ବିକ୍ରି କରାଯାଉଛି । ଭାରତ ଭଳି ରାଷ୍ଟ୍ରରେ ଏତେ ଶସ୍ତାରେ ଡୋମିନୋଜ୍ ପିଜା ମିଳୁଥିବାରୁ ପିଜା ହଟ୍ ଏବଂ ବର୍ଗର କିଙ୍ଗ୍ ଭଳି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡିକ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking