29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସେନା ସହ ଗୁଳିବିନିମୟ ବେଳେ ୨ ଆତଙ୍କବାଦୀ ମୃତ

ସେନା ସହ ଗୁଳିବିନିମୟ ବେଳେ ୨ ଆତଙ୍କବାଦୀ ମୃତ

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ସେମାନଙ୍କ ଅନୁପ୍ରବେଶକୁ ଅଟକାଇଛି । ଏଥିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଫଳରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ନିୟନ୍ତ୍ରଣ ରେଖା ନିକଟ କୁପୱାଡା ଜିଲ୍ଲାର ମଛଲୀ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ଜଣ ଆତଙ୍କବାଦୀଙ୍କୁ ସେନା ଗୁଳିକରି ମାରିଛି । ଏହାସହ ଆଉକିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରି ସେନା ତାର ସର୍ଚ୍ଚ ଅପରେସନ ଜାରି ରଖିଛି । ମୃତ ଆତଙ୍କବାଦୀଙ୍କ ଠାରୁ ଦୁଇଟି ଏକେ ରାଇଫଲ, ୪ଟି ଏକେ ମ୍ୟାଗଜିନ, ୯୦ ରାଉଣ୍ଡ ଗୁଳି ,ଏକ ପାକିସ୍ତାନୀ ପିସ୍ତଲ. ଏକ ପାଉଚ ଓ ୨୧ଶହ ଟଙ୍କାର ପାକିସ୍ତାନୀ ମୁଦ୍ରା ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking