40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସିଲିଣ୍ଡର ଫାଟିବା ଯୋଗୁଁ ଗଳିପଡିଲା ୨ ମହଲା କୋଠା : ୩ ମୃତ

ସିଲିଣ୍ଡର ଫାଟିବା ଯୋଗୁଁ ଗଳିପଡିଲା ୨ ମହଲା କୋଠା : ୩ ମୃତ

ଗାଜିଆବାଦ: ଗାଜିଆବାଦର ଲୋନୀରେ ଅମନ ଗାର୍ଡେନ କଲୋନୀରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଦୁଇ ମହଲା ଘର ଭାଙ୍ଗିପଡିଛି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସିଲିଣ୍ଡର ଫାଟିବା ଯୋଗୁଁ ଦୁଇ ମହଲା ଘର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡିଥିଲା। ଯେଉଁ କାରଣ ଯୋଗୁଁ ଘରେ ଥିବା ମହିଳା ଏବଂ ପିଲାଙ୍କ ଉପରେ ଭଙ୍ଗା ଛାତ ପଡିଯାଇଥିଲା।

ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଏବଂ ଦମକଳ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଙ୍ଗା ଘରୁ ୫ ଜଣ ଲୋକଙ୍କୁ ଉଦ୍ଧାର କରିଥିଲା। ଯେଉଁମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ହସପିଟାଲରେ ୩ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି ଏହି ଘଟଣାରେ ଅନେକ ଦବି ରହିଥିବା ଆଶଙ୍କା କରାଯାଇଛି। ଘଟଣାସ୍ଥଳରେ ଏସଡିଏମ୍‌ ସନ୍ତୋଷ କୁମାର ରାୟ ଏବଂ ରଜନୀଶ କୁମାର, ଫାୟାର ଅଧିକାରୀ ସୁନୀଲ କୁମାର ସିଂ ଏବଂ ପୋଲିସ ଟିମ୍‌ ଉପସ୍ଥିତି ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିସ୍ଫୋରଣର କାରଣ କଣ ତାହା ଜଣାପଡିନି । କିଛି ଲୋକ ଏହାକୁ ସିଲିଣ୍ଡରରେ ବିସ୍ଫୋରଣ ବୋଲି କହୁଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଶିଆନା ସହରରେ ମୁନିର ନାମକ ଜଣେ ବ୍ୟକ୍ତିଙ୍କ ଘର ଏହି ଅଘଟଣ ଘଟିଛି । କୁହାଯାଉଛି ଯେ ସକାଳ ୯.୩୫ରେ ଗୋଟିଏ ପରେ ଗୋଟିଏ ଦୁଇଟି ବଡ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଘରର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି ।

ତେବେ ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ବର୍ଷୀୟ ମହିଳା, ୧୫ ବର୍ଷର ଜଣେ ପିଲା ଓ ୧୦ ମାସର ଶିଶୁ ରହିଛନ୍ତି । ଘର ମାଲିକ ମୁନିରଙ୍କ ଅବସ୍ଥା ମଧ୍ୟ ଗୁରୁତର ବୋଲି କୁହାଯାଉଛି । ଆହତମାନଙ୍କୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିବା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking