28.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଉ ଦୁଇ କରୋନା ରୋଗୀ ଚିହ୍ନଟ, ଗଞ୍ଜାମକୁ ଡ଼େଇଁଲା

ରାଜ୍ୟରେ ଆଉ ଦୁଇ କରୋନା ରୋଗୀ ଚିହ୍ନଟ, ଗଞ୍ଜାମକୁ ଡ଼େଇଁଲା

ଭୁବନେଶ୍ୱର : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଞ୍ଚିଛି। ଏଥିସହିତ ନୂତନ ସଂକ୍ରମିତ ଜିଲ୍ଲା ତାଲିକାରେ ସାମିଲ ହୋଇଛି ଗଞ୍ଜାମ। ତେବେ ଜିଲ୍ଲାର କେଉଁ ସ୍ଥାନରୁ ଦୁଇ ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ଗତ ୪୮ଘଣ୍ଟା ଭିତରେ ରାଜ୍ୟରେ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୨ଜଣ କେବଳ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସର୍ବାଧିକ କ‌ରୋନା ସଂକ୍ରମିତ ତାଲିକାରେ ଏବେ ଖୋର୍ଦ୍ଧାକୁ ଟପି ଯାଇଛି ଯାଜପୁର। ଏଠାରେ ଏବେ ୪୮ଜଣଙ୍କୁ ଚିହ୍ନଟ କରାଯାଇଛି।ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଞ୍ଚିଛି। ଏହାସହ ନୂତନ ସଂକ୍ରମିତ ଜିଲ୍ଲା ତାଲିକାରେ ସାମିଲ ହୋଇଛି ଗଞ୍ଜାମ। ରାଜ୍ୟରେ ଏବେ ୧୬ଟି ଜିଲ୍ଲା କରୋନା ପ୍ରଭାବରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking