ମେଷ : ଆପଣଙ୍କ ଭାଗ୍ୟର ତାରକା ଉଜ୍ଜଳ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆଜି ଆପଣଙ୍କ ଆଶା ପୂରଣ ହେବ। ବୁଦ୍ଧିଜୀବିଙ୍କ ସହିତ ସମ୍ପର୍କ ମଜବୁତ ରହିବ। ମହିଳାମାନେ ଗୃହ କାର୍ଯ୍ୟରେ ସଫଳତା ପାଇବେ।
ବୃଷ : ଆପଣ କ’ଣ ପାଇଛନ୍ତି। କ’ଣ ହରାଇଛନ୍ତି। ଆଜି ସେହି ଚିନ୍ତାରେ ଅଧିକ ସମୟ କଟିବ। ନିଜର ଦ୍ରବ୍ୟଲାଭ ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ ଗୋଟିଏ କଥାରେ ସମସ୍ୟା ଉପୁଜିବ। ରାଜିନୀତିରେ ଆଧିପତ୍ୟ ବଢ଼ିବ। ମହିଳାମାନେ ଦୂର ଯାତ୍ରା କରିପାରନ୍ତି।
ମିଥୁନ : ଆଜି ଭାଗ୍ୟର ସହଯୋଗ ପାଇବେ। ଦୀର୍ଘଦିନର ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ବନ୍ଧୁଙ୍କ ସହିତ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ପାରିବାରିକ ଜୀବନରେ ସୁଖ ରହିବ। ଛାତ୍ରଛାତ୍ରୀମାନେ ଭଲ ପଢ଼ାପଢ଼ି କରିପାରନ୍ତି।
କର୍କଟ : ଆଜି ସତସଙ୍ଗରେ ସମୟ ବିତିବ। ପତ୍ନୀଙ୍କ ଠାରୁ ଭଲ ଖବର ପାଇବେ। ଲାଗି ରହିଥିବା ବିବାଦ ଆପଣଙ୍କ ପକ୍ଷରେ ଯିବ। ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି।
ସିଂହ : ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତ ମିଳିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ସାଧୁସନ୍ଥଙ୍କ ସହିତ ସମ୍ପର୍କ ବଢ଼ିବ। ଚାକିରୀରେ ସନ୍ତୁଷ୍ଟ ରହିବେ। କର୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ପାଇଁ କହିବେ। ମହିଳାମାନେ ରାଜନୈତିକ ରାଗ ନେଇପାରନ୍ତି।
କନ୍ୟା : ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ। କୌଣସି ବିବାଦରେ ପସନ୍ତୁ ନାହିଁ। ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବହୁତ ଆରାମରେ ରହିବେ।
ତୁଳା : ସାରାଦିନ ସ୍ମୃତିଶୀଳ ରହିବେ। ରାଜନୀତିରେ ସୀମା ବଢ଼ାଇବେ। ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ସହକର୍ମୀଙ୍କ ସମ୍ବନ୍ଧରେ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ କରିବେ।
ବିଛା : ଆପଣ ଜଉ କାମ ଠିକ ଭାବେ କରିବେ ସେ କାମ ହେବ। ଆର୍ଥିକ ସ୍ଥିତି ସୁଧାର ହେବ। ଶତ୍ରୁକୁ ପରାସ୍ତ କରିବେ। ପରିବାର ଠାରୁ ପ୍ରଶଂସା ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କାଟିବେ।
ଧନୁ : ଶିକ୍ଷା କ୍ଷେତ୍ରରେ ବିଦେଶ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହେବାର ଜଣାଯାଏ। ବ୍ୟବସାୟରେ ନୂତନ ପନ୍ଥା ଅବଲମ୍ବନ କରି ଲାଭବାନ ହୋଇପାରନ୍ତି। ସ୍ୱାସ୍ଥ୍ୟର ଅବସ୍ଥା ଭଲ ରହିବ। ପାରିବାରି ଶାନ୍ତି ମିଳିବ।
ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଦେହ ଭଲ ରହିବ। ଆର୍ଥିକ ସମସ୍ୟା ଆପଣଙ୍କୁ ଦୁଃଖ ଦେଇପାରେ। ପ୍ରଶଂସିତ ହେବାର ସୂଚନା ମିଳୁଛି।
କୁମ୍ଭ : ଆଜି କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ସନ୍ତାନମାନଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ। ଅନ୍ୟମାନଙ୍କ କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ।
ମୀନ : ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଆଜିର ଦିନଟି ଆନନ୍ଦ ଉଲ୍ଲାସରେ ସମୟ କଟିବ। ସାମନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଅରାଗେଇବେ ।










