33.1 C
Bhubaneswar
Saturday, April 27, 2024
Homeଓଡିଶା୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ନଂ ଜାତୀୟ ରାଜପଥ ମଙ୍ଗଳପୁର କୁଆପଶି ନିକଟରେ ଆଜି ମଧ୍ୟାହ୍ନରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକ ତୁରୁମୁଙ୍ଗା ଥାନା ଖୁଣ୍ଟାପଡା ଗ୍ରାମର ଶକ୍ତିଭୂଷଣ ବାରିକ ବୋଲି ଜଣାପଡିଥିବାବେଳେ ଗୁରୁତର ଜଣକ ଘଟଗାଁ ଥାନା ମୁକ୍ତାପୁର ଗ୍ରାମର ସନା ମୁଣ୍ଡା ବୋଲି ଜଣାପଡିଛି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ଉଭୟ ବାଇକକୁ ଜବତ କରିବା ସହ ପାଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking