42.1 C
Bhubaneswar
Saturday, April 27, 2024
Homeଓଡିଶାସାଙ୍ଗର ଛୁରା ମାଡ଼ରେ ସାଙ୍ଗର ମୃତ୍ୟୁ

ସାଙ୍ଗର ଛୁରା ମାଡ଼ରେ ସାଙ୍ଗର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଳା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ ସାଙ୍ଗର ଛୁରା ମାଡ଼ରେ ସାଙ୍ଗର ମୃତ୍ୟୁ । କୌଣସି କାରଣରୁ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ତୀବ୍ର ହେବାରୁ ଛୁରାମାଡ଼ ହୋଇଥିଲା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଗୁୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଗୋବିନ୍ଦପୁର ଓ ପରେ ସୁନ୍ଦରଗଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା ।

ସୁନ୍ଦରଗଡ଼ ହସ୍ପିଟାଲରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ହୋଲି ଖେଳ ପରେ କେଛୁପାଣି ଗାଁର ଚିନ୍ମୟ ହାତୀ ଓ ଦୀପକ ସୁନାନୀଙ୍କ ସହ ପ୍ରମୋଦ ମହାନନ୍ଦଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ଛୁରାମାଡ଼ରେ ଚିନ୍ମୟ ହାତୀ ଓ ଦୀପକ ସୁନାନୀ ଗୁରୁତର ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଚିନ୍ମୟ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking