42.1 C
Bhubaneswar
Saturday, April 27, 2024
Homeଓଡିଶାକଟକ ପୂଜା ପାଇଁ ୧୮ ପ୍ଲାଟୁନ ଫୋର୍ସ

କଟକ ପୂଜା ପାଇଁ ୧୮ ପ୍ଲାଟୁନ ଫୋର୍ସ

କଟକ: କଟକରେ ଶୃଙ୍ଖଳିତ ଦୁର୍ଗାପୂଜା ପାଇଁ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି, ସମଗ୍ର ସହରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୪ ଏଏସପି, ୧୧ ଡିଏସପି, ୨୧୬ ଅଫିସର, ୪୭୨ କନେଷ୍ଟବଲ ରହିବେ । ଦୁଇ ଦିନ ଧରି ନିରାଡମ୍ବର ଭସାଣି କାର୍ଯ୍ୟ ଚାଲିବ । ଭସାଣି ବେଳେ ଗାଡିରେ ମେଢ ସହ ୭ ଜଣ ଯାଇପାରିବେ । ଦୁର୍ଗାପୂଜା ସମୟରେ ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ କଟକଣା ରହିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଆଜି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାଭିତରେ ପୂଜା ଆରମ୍ଭ ହେବା ପୂର୍ବରୁ ପୁଲିସ ପକ୍ଷରୁ ୧୧୦ରେ ୪୧ଜଣଙ୍କୁ ଗିରଫ କରି ଜେଲ୍‌ ପଠାଯାଇଥିବା ବେଳେ ଆଉ ୨୦୩ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି। ପୂଜା ସମୟରେ ବେଆଇନ ମଦ କାରବାର ଉପରେ ରୋକ୍‌ ଲଗାଇବାକୁ ଏକ ସ୍ୱତନ୍ତ୍ର ଟିମ ତିଆରି ହୋଇଛି। ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ବରେ ୧୦୦ ଜଣ ଅଫିସରଙ୍କ ନେତୃତ୍ବରେ ୩୨ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିବା ପାଇଁ ରାତିରେ ସ୍ପେସାଲ ସ୍କ୍ବାଡ୍‌ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ସ୍ପେସାଲ୍‌ ସ୍କାଡ୍‌ ପିସିଆର୍‌ ବଦଳରେ ବାଇକ୍‌ ପାଟ୍ରୋଲିଂ କରିବେ ଓ ମଦୁଆଙ୍କୁ ଧରିବାରେ ସହଯୋଗ କରିବେ। ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ହେଲେ ଗିରଫ କରାଯିବ ବୋଲ କମିସନର୍‌ ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି। ସେହିପରି ପୂଜା ସମୟରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯିବା ସହ ସରକାରଙ୍କ କୋଭିଡ୍‌ ନିୟମକୁ ମଧ୍ୟ ସଂପୂର୍ଣ୍ଣ ପାଳନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking