34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଆମେରିକାର ଏହି ସ୍ଥାନରେ ବନ୍ଦୀ ହୋଇ ରହିଛନ୍ତି ଏଲିୟନ୍ସ

ଆମେରିକାର ଏହି ସ୍ଥାନରେ ବନ୍ଦୀ ହୋଇ ରହିଛନ୍ତି ଏଲିୟନ୍ସ

ନୂଆଦିଲ୍ଲୀ: ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଏହାମଧ୍ୟରେ ଆମେରିକାର ଏରିଆ ୫୧ ବି ସାମିଲ । ଏଠାରେ ସୁରକ୍ଷା କଡା ରହିଥାଏ ଓ କାହାକୁ ଯିବା ଆସିବା କରିବା ପାଇଁ ଅନୁମତି ନଥାଏ । କିଛି କସପିରେନ୍ସି ଥିଓରିରେ କୁହାଯାଇଚି ଯେ, ଏଠାରେ ଆମେରିକା ଏରିଆ ୫୧ରେ ଏଲିୟନ୍ସକୁ ବନ୍ଦୀ କରି ରଖିଛି ଓ ତାଙ୍କ ଉପରେ ପରୀକ୍ଷା ଚାଲିଛି । ଏହି ସ୍ଥାନଟିକୁ ଗୋପନ ରଖାଯାଇଥିଲା । ଫଳରେ ଆମେରିକା ବାସୀଙ୍କୁ ଏ ସଂପର୍କରେ ଜଣାନଥିଲା । ଆମେରିକା ଗୁଇନ୍ଦା ବିଭାଗ ସିଆଇଏ ୨୦୧୩ରେ ପ୍ରଥମ ଥର ଏରିଆ ୫୧ ବିଷୟରେ ଦୁନିଆକୁ କହିଥିଲା ।
ଆମେରିକାରେ ୧୯୫୦ରୁ କୁହାଯାଏ କି ଏରିଆ ୫୧ ରେ ଏଲିୟନ୍ସ ରୁହନ୍ତି । କାରଣ ସଠୋରେ କଣ୍ଟାବାଡ ଘେରା ମଧ୍ୟରେ ରାତିରେ ଉଡୁଥିବା ବିମାନର ଚମକ ଦେଖାଯାଏ । ଜୁନ ୧୯୫୯ରେ ପ୍ରଥମ ଥର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ଯେ, ଆକପାଖରେ ରହୁଥିବା ଲୋକେ  ସବୁଜ ଚମକ ସହ ରହସ୍ୟମୟୀ ଜିନିଷ ଉଡୁଥିବା ଦେଖିଛନ୍ତି ।
ଏହାପରେ ଲଗାତର ଭାବରେ ଗଣମାଧ୍ୟମରେ ଏଲିୟନ୍ସ ସହ ଜଡିତ ଖବର ଆସିବାକୁ ଲାଗିଲା ଓ ଲୋକେ ମାନିବାକୁ ଲାଗିଲେ ଯେ, ସେଠାରେ ଏଲିୟନ୍ସକୁ ବନ୍ଦୀ କରି ରଖାଯାଇଛି । ଆମେରିକା ବୈଜ୍ଞାନିକ କଏଦ ଏଲିୟନ୍ସଙ୍କ ଉପରେ ଗବେଷଣା କରୁଛନ୍ତି । ନେଭାଡାର ଏହି ଅଂଚଳରେ ପ୍ରବେଶ ପାଇଁ ବାରଣ ରହିଛି । ଏଥିପାଇଁ ଏହିଭଳି ପ୍ରଚାର ହେବାକୁ ଲାଗିଲା ।
ତେବେ ଏହାର ସତ୍ୟତା କଣ
ଆମେରିକା ଗୁଇନ୍ଦା ବିଭାଗ ସିଆଇଏ ୨୦୧୩ରେ ପ୍ରଥମ ଥର ସ୍ୱୀକାର କରିଥିଲା ଯେ, ଏରିଆ ୫୧ ଏକ ସ୍ଥାନ ଅଛି । ମାତ୍ର ଏଲିୟନ୍ସ ଥିବା କଥା ଭୁଲ । ସିଆଇଏ କହିଥିଲା ଯେ, ଏହା ହେଉଚି ଏକ ଆମେରିକି ଏୟାରଫୋର୍ସ ବେସ । ନେଭାଡାରେ ଏକ ଶୁଖିଲା ହ୍ରଦ ନିକଟରେ ଏହି ବେସ ରହିଛି । ଏହି ସ୍ଥାନଟିକୁ ବିଜୁଳି ତାର ଭଳି କଣ୍ଟା ବାଡରେ ଚାରିପଟୁ ଘେରା ଯାଇଛି ।
ଏହାର ସୀମାରେ ସ୍ଥାନେ ସ୍ଥାନେ ଚେତାବନୀ ଦିଆଯାଇଛି ଯେ, ଭିତରକୁ ଯିବା ପାଇଁ ଚେଷ୍ଟା କରିବା ବିପଦପୂର୍ଣ୍ଣ ହୋଇପାରେ । ଏହାସହ ଚାରିପଟେ ଅସ୍ତ୍ର ଧରି ଥିବା ଯବାନଙ୍କୁ ମୁୟନ କରାଯାଇଛି । ଏହି ଯବାନମାନେ ୨୪ ଘଣ୍ଟା ଏହାର ସୁରକ୍ଷାରେ ଥାଆନ୍ତି । ଏଠାରେ ଏତେ କଡା ସୁରକ୍ଷା ଯେ, ଏହି ଅଂଚଳର ଉପରେ ବିମାନ ଉଡିବା ପାଇଁ ବି ଅନୁମତି ନାହିଁ । ୩.୭ କିଲୋମିଟରରେ ଏହା ପରିବ୍ୟାପ୍ତ । ଏବେ ଏହାକୁ ସାଟେଲାଇଟରେ ବି ଦେଖାଯାଇପାରିବ । ମାତ୍ର ପୂର୍ବରୁ ଏମିତି ନଥିଲା ।
ଆମେରିକା ସେନାଙ୍କ କହିବା ମୁତାବକ, ଏହା ଯୁଦ୍ଧ ମଇଦାନର ନକଲ । ଏଠାରେ ଯୁଦ୍ଧ ପାଇଁ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ଅଭ୍ୟାସ କରାଯାଏ । ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଏ ବିଷୟରେ କହିଥିଲେ । ହେଲେ ସେତେବେଲେ କେବଳ ଏହି ସୂଚନା ଦିଆଯାଇଥିଲା  ଯେଏହା ସେନାର ଅଭ୍ୟାସ ସହ ଜଡିତ । କୁହାଯାଏ, ଆମେରିକା ସେନା ଅତ୍ୟାଧଉନିକ ବିମାନ ବନାଇବା ପାଇଁ ଏରିଆ ୫୧ର ବ୍ୟବହାର କରେ । ସେଠାରେ  ପ୍ରାୟ ୧୫୦୦ ସେନା ନିୟୋଜିତ ଅଛନ୍ତି । ଅନେକ ଏମିତି ବି ଖବର ପ୍ରକାଶ ପାଇଛି ଯେ, ସେଠାରେ ଆମେରିକାର ଗୁଇନ୍ଦା କାର୍ଯ୍ୟ ଚାଲିଥାଏ ।
ତେବେ ଏଲିୟନ୍ସକୁ ନେଇ ଅନେକ କନସ୍ପିରେସି ଥିଓରୀ ଅଛି । ଯେମିତିକି ୧୯୪୭ରେ ନ୍ୟୁ ମ୍ୟାକ୍ସିକୋର ରାସବେଲରେ ଏଲିୟନ୍ସଙ୍କ ଏକ ମହାକାଶ ଯାନ ଦୁର୍ଘଟଣାର ଶିକାର ହୋଇଥିଲା ଓ ସେହି ଯାନ ସହ ତାର ପାଇଲଟଙ୍କ ଶବକୁ ସେଠାରେ ରଖାଯାଇଛି । ହେଲେ ଆମେରିକା ସରକାର ସେହି ଦୁର୍ଘଟମାଗ୍ରସ୍ତ ବିମାନ ପାଣିପାଗର ତଥ୍ୟ ପ୍ରଦାନ କରୁଥିବା ବଲୁନ ଥିବା କହିଥିଲେ । ଅନେକ ଲୋକେ ସେଠାରେ ଏଲିୟନ୍ସଙ୍କୁ କଏଦ କରି ରଖାଯାଇଥିବା ବିଶ୍ୱାସ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking