28.1 C
Bhubaneswar
Tuesday, June 30, 2026
Homeଓଡିଶାଆତ୍ମସମର୍ପଣ କଲେ ୧୧ ମାଓବାଦୀ

ଆତ୍ମସମର୍ପଣ କଲେ ୧୧ ମାଓବାଦୀ

ମାଲକାନଗିରି : ଦିନକୁ ଦିନ ଲାଲ୍‌ ଗଡ ଭୁଶୁଡିବାରେ ଲାଗିଛି। ସଙ୍ଗଠନ ଛାଡୁଛନ୍ତି ମାଓବାଦୀ। ଛତିଶଗଡ ସୁକୁମା ଏସପିଙ୍କ ନିକଟରେ ୧୧ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ତେବେ ଏହି ୧୧ ଜଣ ମାଓବାଦୀ ଗତ କିଛି ବର୍ଷ ଧରି ମାଓ ସଙ୍ଗଠନରେ ଥିଲେ। ଏବଂ ବିଭିନ୍ନ ହିଂସାକାଣ୍ଡରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ରହିଥିଲା। ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନେ ମାଓ କ୍ୟାମ୍ପ ଛାଡିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଗତକାଲି ଛତିଶଗଡ଼ରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଥିଲେ । ସକାଳୁ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ସୁରକ୍ଷାବାହିନୀ ଗୁଳିରେ ୭ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking