35.1 C
Bhubaneswar
Tuesday, April 23, 2024
HomeUncategorizedଭାରସାମ୍ୟ ହରାଇ ଖସି ପଡିଲା ଅଟୋ: ଜଣେ ମୃତ,୩ ଗୁରୁତର

ଭାରସାମ୍ୟ ହରାଇ ଖସି ପଡିଲା ଅଟୋ: ଜଣେ ମୃତ,୩ ଗୁରୁତର

ଗଜପତି : ଗଜପତି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା | ଘାଟିରୁ ତଳକୁ ଗୋଟିଏ ଅଟୋ ଭାରସାମ୍ୟ ହରାଇ ଖସି ପଡିବାରୁ ଅଟୋରେ ଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି | ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ନମସ୍ତେ ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ଥିବାର ଜଣା ପଡିଛି |
ମିଳିଥିବା ସୂଚନା ମୁତାବକ ଗୁମ୍ମାର ଉପର ଉପର ଅବାର ସିଂ ନିକଟରେ ଥିବା ନମସ୍ତେ ଘାଟିରେ ୪ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା |ଅଟୋଟି ଭାରସାମ୍ୟ ହରାଇ ଘାଟିରୁ ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିଲା | ଏଥିରେ ୪ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା |ତେବେ ଚିକିତ୍ସାଧୀନ ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ମାର୍କୋ ଗମାଙ୍କଙ୍କର ମୃତ୍ୟୁ ହୋଇଯାଇଛି | ତେବେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିଲେ ନା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ିନାହିଁ | ହେଲେ ଗାଡିଟି ଆନ୍ଧ୍ରପ୍ରଦେଶର ବୋଲି ଜଣା ପଡିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking