39.1 C
Bhubaneswar
Tuesday, April 23, 2024
Homeଓଡିଶା୭ ଗାଈ ଜୀବନ୍ତ ଦଗ୍ଧ

୭ ଗାଈ ଜୀବନ୍ତ ଦଗ୍ଧ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁର ଗଦି ଗ୍ରାମର ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ରାମଚନ୍ଦ୍ର, ଭରତ ଓ ଲକ୍ଷ୍ମଣଙ୍କ ଗୁହାଳରେ ଅଗ୍ନିକାଣ୍ଡ ଘଟି ୭ଟି ଗାଈ ଜୀବନ୍ତ ଦଗ୍ଧ ହେବା ସହିତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ହେଲେ ଏହି ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ହଠାତ୍ ୩ ପରିବାରର ଗୁହାଳ ଘରେ ନିଆଁ ଲାଗିଥିବା ସ୍ଥାନୀୟ ବାସିନ୍ଦା ଦେଖି ପରିବାର ଲୋକଙ୍କୁ ଡାକ ପକାଇବା ସହିତ ବାସୁଦେବପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ସବୁ ଜଳି ଯାଇଥିଲା । ନିଆଁର ବେଗ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ ୩ଭାଇଙ୍କ ଗୁହାଳ ଘର ସମେତ ଗୋଟିଏ ଆସବାବପତ୍ର ଥିବା ଘର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ସେହି ନିଆଁରେ ୩ ଭାଇଙ୍କର ୭ଟି ଗାଈ ସମ୍ପୂର୍ଣ୍ଣ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ । ତେବେ ଗୋରୁଗୁଡ଼ିକୁ ବଞ୍ଚାଇବାକୁ ଯାଇ ରାମଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ଉଭୟ ଆହତ ହୋଇଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତୁରନ୍ତ ଏହି ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking