35.1 C
Bhubaneswar
Saturday, May 4, 2024
Homeଓଡିଶାସମ୍ ଅଲ୍ଟିମେଟକୁ କୁ ଜେସିଆଇ ପ୍ରାଇମ୍ ସ୍ୱୀକୃତି ମିଳିଲା

ସମ୍ ଅଲ୍ଟିମେଟକୁ କୁ ଜେସିଆଇ ପ୍ରାଇମ୍ ସ୍ୱୀକୃତି ମିଳିଲା

*ସମ୍ ଅଲ୍ଟିମେଟକୁ କୁ ଜେସିଆଇ ପ୍ରାଇମ୍ ସ୍ୱୀକୃତି ମିଳିଲା*
ଭୁବନେଶ୍ୱର, ଏପ୍ରିଲ୍‌, 25 : ଉତମ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି । ବୁଧବାର ହସ୍ପିଟାଲକୁ ଜଏଂଟ କମିଶନ ଇଂଟରନ୍ୟାସନାଲ୍ (ଜେସିଆଇ) ପ୍ରାଇମ୍ ମାନ୍ୟତା ପ୍ରାପ୍ତ ହୋଇଛି ।

ହସ୍ପିଟାଲ ପରିସରରେ ପ୍ରମୁଖ ମେଡିକାଲ୍ ଟେକ୍‌ନୋଲୋଜି କମ୍ଫାନୀ ବେକ୍ଟନ୍‌, ଡିକିନ୍ସନ୍ ଆଣ୍ଡ କୋ (ବିଡିଏ)ର ସହଯୋଗ ରେ ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ସମ୍ମମ୍ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପୂରଣ କରିବା ସହ ୯୮.୪ ପ୍ରତିଶତ ଅନୁପାଳନ ରାଶି ହାସଲ କରି ଏହି ମାନ୍ୟତା ପ୍ରାପ୍ତ କରିଛି ।

ସମ୍ମମ୍ ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ହସ୍ପିଟାଲ ପକ୍ଷରୁ ଏହି ସାର୍ଟିପିକେଟ୍ ଗ୍ରହଣ କରିଥିଲେ । ଏହି ଅବସରରେ ହସ୍ପିଟାଲର ନର୍ସିଂ ଟିମ୍ , ଫାର୍ମାସୀ ଟିମ୍ , ବିଭିନ୍ନ ବିଭାଗର ମୁଖ୍ୟ ଙ୍କ ସମେତ ବିଡି ର ଇଣ୍ଡିଆ ଓ ଦକ୍ଷିଣ ଏସିଆର ମେଡିକାଲ ଆଫେୟାରସ୍ ଲିଡର୍ ଡକ୍ଟର ପଙ୍କଜ ରାଇନା ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

୨୦୨୨ ମସିହାରେ ହସ୍ପିଟାଲରେ ଜେସିଆଇ ପ୍ରାଇମ୍ ପ୍ରୋଗ୍ରାମ୍ ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲର ଉପରିସ୍ଥ ଅଧିକାରୀମାନଙ୍କ ସହଯୋଗ ଓ ତତ୍ୱାବଧାନରେ ଇନ୍ଫେକ୍ସନ କଣ୍ଟ୍ରୋଲ ବିଭାଗ, ନର୍ସିଂ ଟିମ୍‌, ଫାର୍ମାସୀ ଟିମ୍‌, ଇନ୍ –ପେସେଂଟ ସର୍ଭିସେସ୍ ଟିମ୍ ଓ କ୍ୱାଲିଟି ମ୍ୟାନେଜମେଂଟ ଟିମ୍ ମିଳିତ ଭାବେ କାର୍ଯ୍ୟକରିଥିଲେ ।

ଏହି ସାର୍ଟିପିକେଟ୍ ପ୍ରୋଗ୍ରାମ୍ ସହିତ ‘ଇନଭ୍ସିଭ ଫଙ୍ଗ।ଲ୍ ଇନ୍ଫେକ୍ସନ ଆଇସିୟୁ’ ଏବଂ ‘ଇନଫେକ୍ସନ୍ କନ୍‌ଟ୍ରୋଲ କେୟାର୍ ବଣ୍ଡଲ୍’ ଭଳି ଦୁଇଟି ପ୍ରସଙ୍ଗରେ ଏକାଡେମୀକ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି ଦୁଇଟି ସେସନ୍‌ରେ ସମ୍ମମ୍ ର କ୍ରିଟିକାଲ୍ କେୟାର ମେଡିସନ୍ ବିଭାଗର ସିନିୟର କନ୍‌ସଲତାଣ୍ଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଅରୁଣ ରଥ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking