36.1 C
Bhubaneswar
Thursday, May 2, 2024
Homeଓଡିଶାମଦ୍ୟପ ବିଗାଡୁଛନ୍ତି ଆଇନ୍‌‌ଶୃଙ୍ଖଳା

ମଦ୍ୟପ ବିଗାଡୁଛନ୍ତି ଆଇନ୍‌‌ଶୃଙ୍ଖଳା

ଭୁବନେଶ୍ୱର: ସଅଳ ଯାଇଛି ନୂଆବର୍ଷ। ଏବେ ବି ଲୋକଙ୍କ ମଧ୍ୟରେ କ୍ରେଜ ରହିଛି। ନିଶାରେ ଚୂର ହୋଇ ରାତିରେ ସହର ବୁଲିବା ନିଶା ବି ଘାରିଛି। ଆଉ ରାଜଧାନୀର ଆଇନ୍‌‌ଶୃଙ୍ଖଳା ସ୍ଥିତି ବିଗାଡୁଛନ୍ତି ମଦ୍ୟପ। ଆଗକୁ ହକି ବିଶ୍ୱକପ୍‌‌ ଥିବାରୁ ମଦୁଆଙ୍କ ଏଭଳି କାରନାମା କମିସନରେଟ୍‌‌ ପୁଲିସ ଲାଗି ଚିନ୍ତା ବଢ଼଼ିଛି। ସପ୍ତାହେ ଭିତରେ ଦୁଇଟି ଥାନା ଅଞ୍ଚଳରେ ଘଟିଛି ଛାତିଥରା ଅଘଟଣ। ସହିଦ ନଗର ଥାନା ଅଧୀନ ସାଇନ୍ସ ପାର୍କ ନିକଟରେ ମହିଳା ଥାନାର ଏସ୍‌‌ଆଇ ଶୁଭଶ୍ରୀ ନାୟକଙ୍କୁ ଦୁର୍ବ୍ୟବହାର ହେଉ ଅବା ଏମ୍ବାସି ବାର୍‌‌ ଆଣ୍ଡ୍‌‌ ରେଷ୍ଟୁରାଣ୍ଟରେ ଆତଙ୍କରାଜ୍‌‌ ଘଟଣା। ସେଭଳି ଅଭିନେତ୍ରୀଙ୍କ ଦୁର୍ବ୍ୟବହାର ପଛରେ ରହିଥିଲେ ନିଶାସକ୍ତ ଯୁବକ। ଗୋଟିଏ ପରେ ଗୋଟିଏ ଘଟଣା ମଦୁଆଙ୍କ ସମ୍ପୃକ୍ତି ରହିଥିବା ପଦାକୁ ଆସିଛି। ମଦ ନିଶାରେ ହିତାହିତ ଜ୍ଞାନ ଭୁଲି ଘଟାଇ ଚାଲିଛନ୍ତି ଅପରାଧ। ପୁଲିସ କର୍ମଚାରୀ ହୁଅନ୍ତୁ ବା ସରକାରୀ ବାବୁ କେହି ମଦୁଆଙ୍କ କବଳରୁ ମୁକୁଳିନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking