33.1 C
Bhubaneswar
Monday, May 6, 2024
Homeଓଡିଶାପୁରୀରେ ରଥ ଭଙ୍ଗା କାମ ଆରମ୍ଭ

ପୁରୀରେ ରଥ ଭଙ୍ଗା କାମ ଆରମ୍ଭ

ପୁରୀ : ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିବାରୁ ଖୁବଶୀଘ୍ର ରଥ ଭାଙ୍ଗିବାକୁ ଯୋଜନା କରିଛନ୍ତି ମନ୍ଦିର ପ୍ରଶାସନ ।
ସେପଟେ ଆସନ୍ତା ୧୬ତାରିଖ ସୋମବାରଠାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ । ତେବେ ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇବେ । ପ୍ରଥମ ୫ ଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ । ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ । କରୋନା ସଂକ୍ରମଣ ଯୋଗୁଁ ଗତ ଅପ୍ରେଲ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking