40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ।

ଏକ ରିପୋର୍ଟ ଅନୁସାରେ, ପ୍ରଶାନ୍ତ କିଶୋର କହିଛନ୍ତି ‘ମୁଁ ଆପଣଙ୍କ ମୁଖ୍ୟ ପରାମର୍ଶଦାତା ରୂପରେ ଦାୟିତ୍ୱ ଗ୍ରହଣ କରିବାରେ ସକ୍ଷମ ନୁହେଁ । ମୋର ଆପଣଙ୍କୁ ଅନୁରୋଧ ଯେ, ଦୟା କରି ମୋତେ ଦାୟିତ୍ୱରୁ ମୁକ୍ତ କରିବାର କୃପା କରନ୍ତୁ । ମୁଁ ସାର୍ବଜନିକ ଜୀବନରେ ସକ୍ରିୟ ଭୂମିକାରୁ କିଛି ଦିନ ପାଇଁ ଆରାମ କରିବାକୁ ଚାହେଁ । ଏଭଳି ପରିସ୍ଥିତିରେ ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ୱ ନିର୍ବାହ କରିବାରେ ସକ୍ଷମ ନୁହେଁ । ଭବିଷ୍ୟତରେ କ’ଣ କରିବି, ଏହା ଉପରେ ଏବେ କୌଣସି ନିଷ୍ପତ୍ତି ​‌ନେଇନି । ତେଣୁ ଆପଣଙ୍କୁ ଅନୁରୋଧ କରୁଛି, ଦୟାକରି ମୋତେ ଦାୟିତ୍ୱମୁକ୍ତ କରନ୍ତୁ ।’ ଉଲ୍ଲେଖନୀୟ ଯେ, ପ୍ରଶାନ୍ତ କିଶୋର ଚଳିତ ବର୍ଷ ମାର୍ଚ୍ଚ ମାସରେ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ ।

ପ୍ରଶାନ୍ତ କିଶୋର ଏହି ନିଷ୍ପତ୍ତି ଏଭଳି ସମୟରେ ନେଇଛନ୍ତି, ଯେବେ କଂଗ୍ରେସରେ ସେ ସାମିଲ ହେବାର ଚର୍ଚ୍ଚା ହେଉଛି । ତାଙ୍କର ଇସ୍ତଫା ପରେ ଏହି ଆଲୋଚନା ଆହୁରି ବଢିଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୨ ଜୁଲାଇରେ ଏହି ବୈଠକ ଡକାଇଥିଲେ । ପାର୍ଟିରେ ସାମିଲ ହେବାର ସ୍ଥିତିରେ ପ୍ରଶାନ୍ତ କିଶୋରଙ୍କୁ ଦିଆଯାଇଥିବା ଭୂମିକା ଓ ଦଳରେ ହେବାକୁ ଥିବା ଲାଭ-କ୍ଷତି ଉପରେ ଚର୍ଚ୍ଚା କରିବା ଏହାର ମୁଖ୍ୟ ଏଜେଣ୍ଡା ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking