33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏହି ଦେଶରେ ମଧ୍ୟ ଅଛି ଅମରନାଥ ଭଳି ଶିବଲିଙ୍ଗ

ଏହି ଦେଶରେ ମଧ୍ୟ ଅଛି ଅମରନାଥ ଭଳି ଶିବଲିଙ୍ଗ

ନୁଆଦିଲ୍ଲୀ : ଅମରନାଥ ତୀର୍ଥସ୍ଥଳ ଏବଂ ଶିବଲିଙ୍ଗ ସମ୍ପର୍କର ତ ସମସ୍ତେ ଜାଣିତିବେ । ଯେଉଁଠାରେ ବରଫରେ ପ୍ରାକୃତିକ ଶିବଲିଙ୍ଗ ତିଆରି ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅମରନାଥ ଶିବଲିଙ୍ଗ ଭଳି ଆଉ ଏକ ଶିବଲିଙ୍ଗ ଅଛି ଏବଂ ସେଠାକୁ ସାରା ବିଶ୍ୱରୁ ଲୋକେ ଭ୍ରମଣ କରିବା ପାଇଁ ଆସିଥାନ୍ତି ।ଅଷ୍ଟ୍ରିଆର ସଲ୍ଜବର୍ଗ ସହର ନିକଟରେ ବରଫେନରେ ଏକ ୪୦ କିଲୋମିଟର ଲମ୍ବା ବରଫର ଗୁମ୍ଭା ରହିଛି । ଏଠାରେ ପ୍ରାକୃତିକ ଶିବଲିଙ୍ଗ ପ୍ରସ୍ତୁତ ହୋଇଯାଇଥାଏ, ତାହା ପୁଣି ବରଫରେ । ଏହି ଶିବଲିଙ୍ଗ ଅମରନାଥ ଶିବଲିଙ୍ଗ ଗୁମ୍ଫାଠାରୁ ଅନେକ ବଡ ।

ଏହି ଗୁମ୍ଫାରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ସିଢି ନିର୍ମାଣ କରାଯାଇଛି । ଯାହା ଫଳରେ ଶିବଲିଙ୍ଗ ନିକଟରେ ସହଜରେ ପହଞ୍ଚି ହେବ । ଏହି ଶିବଲିଙ୍ଗର ଉଚ୍ଚତା ପ୍ରାୟ ୭୫ ଫୁଟ୍ । ଗୁମ୍ଫା ଭିତରକୁ ଯିବା ପାଇଁ ଅତ୍ୟନ୍ତ ବିପଜ୍ଜନକ ରାସ୍ତା ଅତିକ୍ରମ କରିଯିବାକୁ ପଡିଥାଏ ।ଏହା ଦୁନିଆର ସବୁଠାରୁ ବଡ ବରଫ ଗୁମ୍ଫା । ଏହାକୁ ୧୮୭୦ ମସିହାରେ ସନ୍ଧାନ କରାଯାଇଥିଲା । ଏଠାରେ ଶିବଲିଙ୍ଗ ଭଳି ଦେଖାଯାଉଥିବା ଅନେକ ଆକୃତି ମିଳିଯିବ ।ଏହି ବରଫ ଗୁମ୍ଫା ମେ ରୁ ଅକ୍ଟୋବର ପର୍ଯ୍ଯନ୍ତ ଖୋଲା ରୁହେ । ଏଠାରେ ଆପଣଙ୍କୁ ଗମର ମାସରେ ମଧ୍ଯ ଥଣ୍ଡା ଅନୁଭବ ହେବ । ଏହି ଦୁନିଆକୁ ଆସି ଆପଣଙ୍କୁ ଏମିତି ଲାଗିବ ଯେ ସତେ ଯେମିକି ଆପଣ ଅନ୍ୟ କେଉଁ ଦୁନିଆକୁ ଚାଲିଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking