27.1 C
Bhubaneswar
Thursday, April 25, 2024
Homeଅପରାଧବାହାଘରର ୧୬ ବର୍ଷ ପରେ ସ୍ୱାମୀ ଖୋଲିଲେ ଏପରି ରାଜ୍, ପତ୍ନୀ ହୋଇଗଲେ ଆଚମ୍ବିତ

ବାହାଘରର ୧୬ ବର୍ଷ ପରେ ସ୍ୱାମୀ ଖୋଲିଲେ ଏପରି ରାଜ୍, ପତ୍ନୀ ହୋଇଗଲେ ଆଚମ୍ବିତ

ନୂଆଦିଲ୍ଲୀ: ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ପରିସ୍ଥିତିରେ ଯଦି ବାହାଘରର ଅନେକ ବର୍ଷ ପରେ ସ୍ୱାମୀ ଏପରି କିଛି ସ୍ୱୀ ସାମ୍ନାରେ ଖୁଲାସା କରେ, ଯାହା ବିଷୟରେ ତାକୁ କିଛି ବି ଧାରଣା ନଥିବା, ତେବେ କ’ଣ ହେବ? ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯେଉଁଠାରେ ପତ୍ନୀ ନିଜ ସମ୍ପର୍କକୁ ବିଷୟରେ ଉଲ୍ଲେଖ କରିଛନ୍ତି ।

ମହିଳା କହିଛନ୍ତି ଯେ, ତାଙ୍କ ବାହାଘର ୧୬ ବର୍ଷ ପୂର୍ବରୁ ହୋଇଥିଲା । ତାଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ତାଙ୍କ ସ୍ୱାମୀ ନିକଟରେ ଏକ ବଡ଼ ଖୁଲାସା କରିଛନ୍ତି । ସ୍ୱାମୀ କହିଛିନ୍ତି କି ସେ ଜଣେ ବାଇ-ସେକ୍ସୁଆଲ । ଏହା ଜାଣିବା ପରେ ମହିଳାଙ୍କୁ ଶକ୍ତ ଝଟକା ଲାଗିଛି । ତାଙ୍କ ସ୍ୱାମୀ କହିଛନ୍ତି ଯେ ତାଙ୍କର ପୁରୁଷଙ୍କ ପ୍ରତି ଆକର୍ଷଣ ରହିଛି । ସ୍ୱାମୀ ଏପରି ବାହାରିବେ ବୋଲି ସେ କେବେ ବି ଭାବିନଥିଲେ ବୋଲି ମହିଳା କହିଛନ୍ତି ।

ସମଲିଙ୍ଗୀକୁ ବିରୋଧ କରୁନଥିଲେ ବି ନିଜ ସ୍ୱାମୀଙ୍କ ବିରୋଧରେ ଏପରି ଧାରଣା ନଥିବା ମହିଳା କହିଛନ୍ତି । ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ସେ ପୁରୁଷଙ୍କୁ ଦେଖିଲେ ଆକର୍ଷିତ ହୋଇଥାନ୍ତି । କିନ୍ତୁ ମହିଳାଙ୍କୁ ଏପରି କୌଣସି ସନ୍ଦେହ ହୋଇନଥିବା ବେଳେ ସେ ମଧ୍ୟ ନିଜ ପତ୍ନୀଙ୍କୁ ଏବିଷୟରେ କିଛି ବି କହିନଥିଲେ । ଦୀର୍ଘ ସମୟ ଧରି ଏହାକୁ ଲୁଚାଇ ରଖିଥିବାରୁ ମହିଳା ଚିନ୍ତିତ ଅଛନ୍ତି । ଅନ୍ୟ ପୁରୁଷଙ୍କ ସହିତ ନିଜ ସ୍ୱାମୀଙ୍କ ସମ୍ପର୍କ ଥିବା ମହିଳା ସନ୍ଦେହ କରୁଛନ୍ତି ।ଜଣେ ପରାମର୍ଶଦାତା ମହିଳାଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ‘ଏହି ସମୟରେ ଆପଣଙ୍କ ସ୍ୱାମୀଙ୍କୁ ଆପଣ ସହଯୋଗର ଅଧିକ ଆବଶ୍ୟକତା ରହିଛି । ଏପରି ପରିସ୍ଥିତିକୁ ସାମ୍ନା କରିବା ସାଧାରଣ କଥା ନୁହେଁ । କଥା ପରେ ବିଗିଢ଼ିପାରେ । ବହୁତ ଧର୍ଯ୍ୟର ସହିତ କାମ କରିବାର ଆବଶ୍ୟକତା ରହିଛି । ଆପଣ ସ୍ୱାମୀଙ୍କୁ ଭରସା ଦିଅନ୍ତୁ କି ଆପଣ ତାଙ୍କ ସହିତ ଅଛନ୍ତି । ସେ ଆପଣଙ୍କୁ ସତ କହିଲେ, ଏଥିପାଇଁ ଆପଣ ତାଙ୍କର ପ୍ରଶଂସା କରନ୍ତୁ । ଏପରି କରିବା ଦ୍ୱାରା ସମସ୍ୟାର କୌଣସି ନ କୌଣସି ସମାଧାନ ବାହାରିବ ।’

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking