29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଜୀବନ ହାରିଲେ ୟୁଟ୍ୟୁବର ପ୍ରେମୀ ଯୁଗଳ

ଜୀବନ ହାରିଲେ ୟୁଟ୍ୟୁବର ପ୍ରେମୀ ଯୁଗଳ

ହରିୟାଣା : ଜୀବନ ହାରିଲେ ୟୁଟ୍ୟୁବର ପ୍ରେମୀ ଯୁଗଳ । ହରିୟାଣାର ବାହାଦୂରଗଡରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତ ପ୍ରେମୀ ଯୁଗଳ ହେଲେ ୨୫ ବର୍ଷୀୟ ଗର୍ବିତ ଏବଂ ୨୨ ବର୍ଷୀୟ ନନ୍ଦିନୀ ବୋଲି ଜଣାପଡିଛି । ଏହି ଘଟଣା ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସେପଟେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଉଭୟଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଏହି ଘଟଣା ବାହାଦୂରଗଡର ରୁହିଲ ରେସିଡେନ୍ସିରେ ଘଟିଛି । ଉଭୟ ୟୁଟ୍ୟୁବର୍ ଥିଲେ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ କରୁଥିଲେ । ଏଥିସହ ଦୁହେଁ ଲିଭ-ଇନ୍ ରିଲେସନସିପରେ ରହୁଥିଲେ । ଯାହା ସେମାନଙ୍କ ପରିବାର ମଧ୍ୟ ଜାଣିଥିଲେ । କିଛି ଦିନ ପୂର୍ବରୁ ଉଭୟ ପ୍ରେମୀ ଯୁଗଳ ନିଜ ଟିମ ସହ ଡେରାଡୁନରୁ ବାହାଦୂରଗଡକୁ ଆସିଥିଲେ । ଏଠାରେ ସେ ରୁହିଲ ରେସିଡେନ୍ସିର ସପ୍ତମ ମହଲାରେ ଏକ ଫ୍ଲାଟ ଭଡା ନେଇଥିଲେ । ସେ ତାଙ୍କର ପ୍ରାୟ ୫ ଜଣ ସାଥୀଙ୍କ ସହ ରହୁଥିଲେ । କୁହାଯାଉଛି ଯେ ଶନିବାର ବିଳମ୍ବିତ ରାତିରେ କିଛି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଏହି ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking