33.1 C
Bhubaneswar
Tuesday, April 30, 2024
Homeଓଡିଶାଥମୁନି ହାତୀ ଆତଙ୍କ; ୩ ଦିନରେ ଗଲାଣି ୩ ଜଣଙ୍କ ଜୀବନ

ଥମୁନି ହାତୀ ଆତଙ୍କ; ୩ ଦିନରେ ଗଲାଣି ୩ ଜଣଙ୍କ ଜୀବନ

ଢେଙ୍କାନାଳ: ଜିଲ୍ଲାରେ ଉତ୍ପାତ ମଚାଇଛନ୍ତି ହାତୀ । ଦିନକୁ ଦିନ ଘଟାଇ ଚାଲିଛନ୍ତି ଉପଦ୍ରବ । ଜଣଙ୍କ ପରେ ଜଣଙ୍କ ଜୀବନ ନେଇ ଚାଲିଛନ୍ତି ହାତୀ ପଲ । ୩ ଦିନ ମଧ୍ୟରେ ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହେଲାଣି । ତଥାପି ଏନେଇ ବନ ବିଭାଗର ନିଦ ଭାଙ୍ଗୁନି । ଫଳରେ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାର ପଡିଯାଇଛନ୍ତି ଢେଙ୍କାନାଳ ବାସୀ । ତିନି ମୃତକ ହେଉଛନ୍ତି ମହାବିରୋଡ଼ ଗୋବରୀ ଗ୍ରାମର ସୁରୁ ମୁଣ୍ଡା, ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମର ୭୫ ବର୍ଷୀୟ ଯାଇଗ ନାଏକ ଓ ହିନ୍ଦୋଳ ଥାନା କଂସରା ଆମ୍ବିଠି ଗ୍ରାମର ପ୍ରସନ୍ନ ବେହେରା ।

ସୂଚନା ମୁତାବକ, ବୃଦ୍ଧା ସୁରୁ ମୁଣ୍ଡା ମହୁଲ ଗୋଟାଇବାକୁ ଯାଇଥବା ବେଳେ ହାତୀ ତାଙ୍କୁ କଚାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର ପଶ୍ଚିମାଞ୍ଚଳରରେ ଏହି ଘଟଣା ଘଟିଛି । ଗତକାଲି ବୃଦ୍ଧା ଜଣଙ୍କ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଫଳରେ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ଗତ ରାତିରେ ଜଙ୍ଗଲରୁ ପାଇଥିଲେ ।

ଅନୁରୂପ ଭାବେ ଆଜି ସକାଳେ ହିନ୍ଦୋଳ ବନାଞ୍ଚଳରେ ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମର ଯାଇଗ ନାଏକଙ୍କୁ ହାତୀ କଚାଡି ମାରି ଦେଇଛି । ଆଜି ଭୋର ସମୟରେ ଯାଇଗ ଶୌଚ ହେବାକୁ ଗାଁ ପାଖ ପୋଖରୀକୁ ଯାଇଥିଲେ । ସେହି ସମୟରେ ସେ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking