38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଗୁଳିମାଡରେ ସଫା ସରବଜିତଙ୍କ ହତ୍ୟାକାରୀ

ଗୁଳିମାଡରେ ସଫା ସରବଜିତଙ୍କ ହତ୍ୟାକାରୀ

ଇସ୍‌ଲାମ୍‌ବାଦ୍‌: ଗୁଳିମାଡରେ ଟଳିଲା ସରବଜିତଙ୍କ ହତ୍ୟାକାରୀ। ପାକିସ୍ତାନର ଲୋହରରେ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଆମୀର ସରଫରାଜକୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ଆମୀର ସରଫରାଜ ହେଉଛି ସିଏ ଯିଏକି ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ ସରବଜିତଙ୍କୁ ହତ୍ୟା କରିଥିଲା।

ଆମୀର ସରଫରାଜ ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ଆମୀର ସରବଜିତଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ସାମ୍ନାକୁ ଆସିଥିଲା। ଏବେ ସେହି ସରଫରାଜକୁ ହତ୍ୟା କରାଯାଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking