27.2 C
Bhubaneswar
Thursday, July 2, 2026
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଭାଲୁର ଜୀବନ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଭାଲୁର ଜୀବନ

ମାଲକାନଗିରି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମାଈ ଭାଲୁର ଜୀବନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ବନ ବିଭାଗର କର୍ମଚାରୀ ପହଞ୍ଚି ଭାଲୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ଗତକାଲି ରାତିରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିଲା। ଏହି ସମୟରେ ମାଲକାନଗିରି ବ୍ଲକ ଏମ୍‌ଭି-୧୭ ନମ୍ବର ଗାଁର ଶିବ ମନ୍ଦିର ନିକଟ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଭାଲୁଟି ଆସିଯାଇଥିଲା।

ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଆସି ଜନବସତି ମୁହାଁ ହୋଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶ ଆସିଯାଇଥିବା ସନ୍ଦେହ କରାଯାଉଛି। ତେବେ ଭାଲୁର ମୃତ୍ୟୁ ନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking