33.1 C
Bhubaneswar
Tuesday, September 15, 2026
Homeଓଡିଶାଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଦେଇ ଯାଇଥିବା୫୫ ନମ୍ବର ଜାତୀୟ ରାଜପଥରେ ।ରିପୋର୍ଟ ଅନୁସାରେ, ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଈ ଛକ ନିକଟରେ ଘଟିଛି ଦୁର୍ଘଟଣା । କୌଣସି ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ଗ୍ରାମର ୩୧ ବର୍ଷୀୟ ଆନନ୍ଦ ଦେହୁରୀ । ଖବର ପାଇ ଦୁର୍ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୁଲିସ ପହଁଚି ମୃତଦେହକୁ ଉଦ୍ଧାର କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking